Breaking NewsFeaturedଐତିହ୍ୟ ଓ ସଂସ୍କୃତି

୧୯୯୯ ମହାବାତ୍ୟା, ପ୍ରକୃତି ରଚିଥିଲା ମହାତାଣ୍ଡବ

୧୯୯୯ ମହାବାତ୍ୟାକୁ ପୁରିଛି ୨୪ ବର୍ଷ । ୧୯୯୯ ମସିହା ଅକ୍ଟୋବର ୨୯ରେ ଧରାପୃଷ୍ଠରେ ସାମୁଦ୍ରିକ ଝଡ ରଚିଥିଲା ସଂହାର ଲୀଳା । ପ୍ରକୃତରେ ତାହା ଥିଲା ପ୍ରକୃତିର ମହାତାଣ୍ଡବ ସଦୃଶ ମହାକାଳ ରୂପ । ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେକ୍ଷେଇଦେଇଥିଲା ୧୯୯୯ ମହାବାତ୍ୟା । ଯିଏ ଏହି ରୂପକୁ ଆଖିରେ ନଦେଖିଛି, ଅଙ୍ଗେ ନ ଲିଭେଇଛି ସେ ଏହାକୁ ଅନୁଭବ କରିପାରିବ ନାହିଁ । କାରଣ ନିମିସକ ମଧ୍ୟରେ ସବୁକିଛି ଛାରଖାର କରିଦେଇଥିଲା ଏହି ମହାବାତ୍ୟା । ଆଜି ବି ସେହି ପ୍ରଳୟଙ୍କାରୀ ଦୃଶ୍ୟ ମନେ ପଡିଲେ ଲୋମ ଟାଙ୍କୁରୀ ଉଠେ ଆଉ ଦେହ ସିତେଇ ଯାଏ ।ଆଖି ଆଗକୁ ଚାଲିଆସେ ସେ ସମୟର ମାଟି ମାଆ ଛାଚତିରେ ଗଦା ହୋଇଥିବା କୁଢ କୁଢ ଶବ ଆଉ ଲୋକଙ୍କର ଆର୍ତ୍ତଚିକ୍ରାର ।

ଓଡିଶାର ମେରୁଦଣ୍ଡ ଦୋହଲାଇ ଦେଇଥିଲା ୧୯୯୯ ମହାବାତ୍ୟା । ବିଶେଷ କରି ପୁରୀ, କେନ୍ଦ୍ରାପଡା, ଜଗତଚସିଂହପୁର ଓ ବାଲେଶ୍ୱର ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା । ହେଲେ ଜଗତଚସିଂହପୁର ଜିଲ୍ଲାର ଏରସମା ବେଂ ବାଲିକୁଦାରେ ତାଣ୍ଡବ ରଚିଥିଲା ଏହି ମହାବାତ୍ୟା । ନିଶ୍ଚିନ୍ନ ହୋଯାଇଥିଲା ଅନେକ ଗାଁ ଗଣ୍ଡା । ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା । ସେହିପରି ବହୁସଂଖ୍ୟାରେ ଗୃହପାଳିତ ପଶୁଙ୍କର ଜୀବନ ଯାଇଥିଲା । ବଡ ବଡ ଗଛ, କଚ୍ଚା ଘର, ବୁଦୁ୍ୟତ୍ ଖୁଂଟ ଆଦି ଧରାଶାୟୀ ହୋଇପଡିଥିଲା । ଉପକୂଳ ଓଡିଶାର ୧୪ଟି ଜିଲ୍ଲା ମହାବାତ୍ୟା ପ୍ରଭାବିତ ହୋଇଥିବା ଶ୍ରୀହୀନ ହୋଇଯାଇଥିଲା ଓଡିଶା । ମହାବାତ୍ୟାକୁ ୨୪ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଏବେବି ବାତ୍ୟା ପ୍ରଭାବିତଙ୍କ ଆଖିରୁ ଲୁହ ଶୁଖୁନି । ୧୯୯୯ ମହାବାତ୍ୟା ଓଡିଶା ଇତିହାସରେ ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ।

ହେଲେ ଏହି ମହା ବିପର୍ଯୟ ଓଡିଶାକୁ ଦେଇଯାଇଛି ମହାଶିକ୍ଷ । ସମୟ ବଦଳି ବା ସହ ବଦଳି ଯାଇଛି ଓଡିଶାର ରୂପରେଖ । ନିଜେ ଅଂଟା ସଳଖି ଛିଡା ହେବା ସହ ଏଭଳି ବିପର୍ଯ୍ୟୟର ସଫଳ ମୁକାବିଲା କରିବାର କୌସଳ ଅନ୍ୟକୁ ଶିଖାଇ ଓଡିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ରୋଲ ମଡେଲ ପାଲଟିଛି । ମାତ୍ର ଦୁଇ ଦସନ୍ଧି ତଳେ ମହାବାତ୍ୟା ପ୍ରପୀଡିତ ଓଡିଶାକୁ ସ ହାୟତାର ହାତ ବଢାଇଥିବା ଦେଶବାସୀ ଆଜି ଓଡିଶାର ବିପର୍ଯ୍ୟୟ ପରିଚାଳନାକୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com