Featured

ଏ କେମିତିକା ବ୍ୟବସ୍ଥା, ଆସିଲାନି ଆମ୍ବୁଲାନ୍ସ ମୃତ ମା’ର ଶବକୁ କାନ୍ଧରେ ବୋହି ନେଲା ପୁଅ

ଭୁବନେଶ୍ୱର: ଆସିଲାନି ଆମ୍ବୁଲାନ୍ସ ଫଳର ମୃତ ମା’ର ଶବକୁ କାନ୍ଧରେ ବୋହି ନେଲା ପୁଅ। ପଶ୍ଚିମବଙ୍ଗରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଯେତେବେଳେ ଲୋକମାନେ ତାଙ୍କୁ ପଚାରିଲେ, ଜାଣିବାକୁ ପାଇଲା ଯେ ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭରମାନେ ୩୦୦୦ ଟଙ୍କା ନଦେବାକୁ ଯିବାକୁ ମନା କରିଦେଇଥିଲେ, ଏହା ପରେ ଅସହାୟ ପୁଅ ତାଙ୍କ ମା’ଙ୍କ ଶବକୁ କାନ୍ଧରେ ବୋହି ନେବାକୁ ବାଧ୍ୟ ହୋଇଥିଲେ।

ନାଗାର୍ଡଙ୍ଗୀ ଅଞ୍ଚଳର ବାସିନ୍ଦା ଲକ୍ଷ୍ମୀରାଣୀ ଦେୱାନଙ୍କୁ ବୟସ ଜନିତ ଅସୁସ୍ଥତା କାରଣରୁ ଜଲପାଇଗୁଡ଼ି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କର ଦେହାନ୍ତ ହୋଇଥିଲା। ଯେତେବେଳେ ଆମ୍ବୁଲାନ୍ସ ଡ୍ରାଇଭରମାନେ ବିନା ଦେୟରେ ମୃତଦେହକୁ ଘରକୁ ନେବାକୁ ମନା କରିଦେଇଥିଲେ, ସେତେବେଳେ ତାଙ୍କ ପୁଅ ରାମପ୍ରସାଦ ଦେୱାନ ତାଙ୍କ ମା’ଙ୍କ ମୃତଦେହକୁ କାନ୍ଧରେ ବୋହି ନେବାକୁ ନିଷ୍ପତ୍ତି ନେଇଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com