Breaking Newsଅନ୍ତର୍ଜାତୀୟ
ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜୁରାଟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି।

ଗୁଜୁରାଟ ୧୨/ଜୁନ : ଆଜି ୨୪୨ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ AI ୧୭୧ ଅହମ୍ମଦାବାଦ ରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲା । ବିମାନଟି ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ଗୁଜୁରାଟର ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅପରାହ୍ନ ୧:୩୯ ରେ ରନୱେ ୨୩ରେ ଅହମ୍ମଦାବାଦରୁ ଉଡ଼ାଣ କରିଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଦ୍ୱାରା ସେୟାର କରାଯାଇଥିବା ବିବରଣୀ ଅନୁସାରେ, ଉଡ଼ାଣ ଆରମ୍ଭ ହେବାର ମାତ୍ର ପାଞ୍ଚ ମିନିଟ୍ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ପାଇଲଟ୍ ଇନ୍ କମାଣ୍ଡ୍ ସୁମିତ ସବରୱାଲ୍ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ସହିତ ମୋଟ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କୃ ସଦସ୍ୟ ଥିବାର ସୂଚନା ମିଳିଛି। ବିମାନରେ ଗୁଜୁରାଟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଥିବାର ଆଶଙ୍କା କରାଯାଉଛି । ଦୁର୍ଘଟଣାରେ କିଛି ଯାତ୍ରୀ ଆହାତ ହେବ ସହ ଅନେକ ମୃତାହତ ହେବାର ଆଶଙ୍କା କରାଯାଉଛି।