
ଭୁବନେଶ୍ଵର ୧୨/ଜୁନ : ଆଜି ରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବିକାଶ ବାହାନ ପଞ୍ଚାୟତରୁ ପଞ୍ଚାୟତ ବୁଲି ସରକାରଙ୍କ ବାର୍ତ୍ତା ଲାକଙ୍କ ପାଖରେ ପହଞ୍ଚାଇବା ସହ ସରକାରୀ ଯୋଜନା ଗୁଡିକର ସଚେତନତା ସୃଷ୍ଟି କରିବ। ଓଡ଼ିଶାର 314ବ୍ଲକ, 115 ଟି ulb,ଓ ପାଞ୍ଚଟି ପୌରନିଗମ ରେ ବୁଲିବ ସ୍ୱତନ୍ତ୍ର ବିକାଶ ବାହାନ । ଅପହଞ୍ଚ ଦୂରତାରେ ପହଂଚି ସୂଚନା ଦେବା ସହ ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବ ଏହି ରାଜ୍ୟ ସ୍ତରୀୟ ବିକାଶ ବାହାନ ।ବର୍ଷକ ଭିତରେ ସରକାର କଣ ବିକାଶ ମୂଳକ ପଦକ୍ଷେପ ସବୁ ନେଇଛନ୍ତି, କେଉଁ ସବୁ ଯୋଜନା ଆଣିଛନ୍ତି ସେ ବିଷୟରେ ଲୋକଙ୍କୁ ଅବଗତ କରାଇବା ବିକାଶ ବାହାନର ମୁଖ୍ୟ ଲକ୍ଷ । ଗୋଟେ ପକ୍ଷରେ ବିଜେପି ସରକାର ତାର ଏକ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରୁଛି, ଓ ଅନ୍ୟ ପାଖରେ ବିଜେଡି ଏହାର ପ୍ରତିବାଦରେ ରାଜ ରାସ୍ତାକୁ ଓଲେହିଛି । ଆଜି ବିଜେପି ସରକାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗ ତଥା ଲୋୟର ପିଏମଜି ଠାରେ ନିଜର ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି, ଯାହା ରାଜ୍ୟ ସାରା ବୁଲି ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକର ପ୍ରଚାର ପ୍ରସାର କରାଇବ। ହେଲେ ଅପାର ପକ୍ଷରେ ଏହାର ପ୍ରତିବାଦ କରି ବିଜେଡି ସମାନ ସ୍ଥାନରେ ଭିକ୍ଷାବ କରୁଛି, ନାରାବାଜି କରୁଛି, ଆସନ୍ତି ସୃଷ୍ଟି କରୁଛି । ପଚିଶ ବର୍ଷ କାଳ ଶାସନ କରିଛି ବିଜେଡି, ତଥାବି ସେ ଲୋକ ମାନଙ୍କର ଅଭିଯୋଗ ଦୂର କରିପାରି ନାହିଁ । ହେଲେ ଏବେ ସେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ପ୍ରତିବାଦ କରୁଛି । ମାତ୍ର ଏକ ବର୍ଷର ବିଜେପି ସରକାରକୁ ବିରୋଧ କରୁଛି । ସଫଳତାର ଏକ ବର୍ଷ ପୁରାଣ କରିବା ଅବସରେ ସମଗ୍ର ବିଜେପି ସରକାର ଖୁସିରେ ଉତ୍ସବ ପାଳନ କରୁଥିବା ଅବସରରେ ବିଜେଡିର ରାଜ ରାସ୍ତାକୁ ଓଲେହି ଅକ୍ରମିକତାର ସହିତ ଏହାର ପ୍ରତିବାଦ କରୁଛି ।