
ଯାଜପୁର ୧୭/ଜୁନ୍: ଦିନକୁ ଦିନ ଭୟଙ୍କର ରୂପ ନେଉଛି ହଇଜା। ଯାଜପୁରରୁ ଆରମ୍ଭ କରି ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ବ୍ୟାପିବାରେ ଲାଗିଛି ଡାଇରିଆ। କଟକ,କେନ୍ଦୁଝର, ଭଦ୍ରକ,କେନ୍ଦ୍ରାପଡ଼ା,ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ଝାଡ଼ାବାନ୍ତି ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ ପ୍ରତି ଜିଲ୍ଲାକୁ ଯାଇ ସ୍ଥିତି ପରଖୁଛନ୍ତି । ସବୁଠାରୁ ଅଧିକ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି, ଏପଟେ ଯାଜପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ, ଓ ଅନ୍ୟ ପଟେ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସଂକ୍ରାମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୪ ଜଣିଆ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରିବା ପାଇଁ ହସ୍ପିଟାଲ ରୁ ହସ୍ପିଟାଲ ବୁଲୁଛନ୍ତି, ସ୍ଥିତି ସମୀକ୍ଷାପରେ କେନ୍ଦ୍ରୀୟ ଟିମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି । ଆଲୋଚନା ପରେ ସ୍ୱାସ୍ଥ୍ୟ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଡାଇରିଆ ପାଇଁ ୫ ଜିଲ୍ଲାକୁ ନୁହେଁ ସବୁ ଜିଲ୍ଲାକୁ ସତର୍କ ସୂଚନାଜାରି କରାଯାଇଛି,୫ ନୁହେଁ ସବୁ ଜିଲ୍ଲାକୁ ସତର୍କ ରହିବ ପାଇଁ ନିର୍ଦେଶ ଦିଆଯାଇଛି।ବର୍ତ୍ତମାନ ସୁଦ୍ଧା ୫ ଜିଲ୍ଲାରୁ ଆଉ ତିନିଶହ ରୋଗୀ ଚିହ୍ନଟ ହୋଇଛନ୍ତି । ରୋଗୀଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବା ପାଇଁ ନେର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସବୁଆଡେ ବିଷେଧନ ପ୍ରକ୍ରିୟା ଜାରି ରହିବ । ଗାଁ ଗାଁ ରେ ମାଇକ ଯୋଗେ ସତର୍କ ରହିବା ପାଇଁ ପ୍ରଚାର କରାଯାଉଛି । ୭ ଦିନ ପର୍ଯନ୍ତ ଏହି ପଦକ୍ଷେପ ଜାରି ରହିବ । ୨୫ ଜିଲ୍ଲାରେ ଆଗୁଆ ପଦକ୍ଷେପ ନିଆଯାଉଛି । ପିଇବା ପାଣି, ଖାଦ୍ୟ ନିରାପଦା ଓ ସ୍ୱଛତା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଭିବ୍ରିଓ କଲେରା ଜୀବାଣୁ ଯୋଗୁ ହଇଜା ବ୍ୟାପୁଛି, ଏଥିଲାଗି ସବୁଜିଲ୍ଲାକୁ ସତର୍କ ରହିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।