ଓଡ଼ିଶା

ଗୋପାଳପୁର ବେଳାଭୂମିରେ ଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ଆଗରେ ଛାତ୍ରୀଙ୍କୁ ଗଣବଳାତ୍କାର ।

ଗୋପାଳପୁର ୧୭/ଜୁନ : ରବିବାର ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଚ୍ ରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଗୋପାଳପୁର ଥାନାରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହ ନେଇ, ବିଚ୍ ଅଞ୍ଚଳରେ ଚଢାଉ କରି ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ ଗିରଫ କରି, ଥାନାରେ ପଚରାଉଚରା କରାଯାଉଛି। ସୋମବାର ଦିନ ବ୍ରହ୍ମପୁର ଏସ୍ପି ଡକ୍ଟର ସର୍ବଣା ବିବେକ ଏମ୍. ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାର ସଠିକ୍ ତଦନ୍ତ ପାଇଁ ଜଣେ ମହିଳା ଡିଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଛି। ଏସ୍ପି, ସାଇଣ୍ଟିଫିକ୍ ଟିମ୍, ଥାନା ଇନଚାର୍ଜ ଏବଂ ପୀଡିତାଙ୍କ ପୁରୁଷ ବନ୍ଧୁ ଘଟଣାସ୍ଥଳ ପରିଦର୍ଶନ କରି ଛାନଭିନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟାରେ ବ୍ରହ୍ମପୁର ଅଞ୍ଚଳର ଏକ ସରକାରୀ କଲେଜରେ ପଢ଼ୁଥିବା ଅନ୍ୟ ଜିଲ୍ଲାର ଛାତ୍ରୀ ତାର ପୁରୁଷ ବନ୍ଧୁ ସହ ଗୋପାଳପୁର ବିଚ୍ ଆସିଥିଲେ, ବିଚ୍ ରେ ଗୋଟେ ନିରୋଳା ଜାଗା ଦେଖି ବସିଥିଲେ। ହଟାତ ତିନୋଟି ବାଇକରେ ୧୦ଜଣ ଯୁବକ ଆସି ପୁରୁଷ ବନ୍ଧୁଙ୍କୁ ମାଡ ମାରି ଛାତ୍ରୀଙ୍କୁ ଟେକି ନେଇ ଗଣ ବଳାତ୍କାର କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ପୁରୁଷ ବନ୍ଧୁକୁ ଅଟକାଇଥିଲେ, ଯେତେବେଳେ ଅନ୍ୟ କିଛି ଯୁବକ ଛାତ୍ରୀଙ୍କୁ ସେଠାରୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ପରେ ସେମାନେ ଫୋନ୍ ପେ ମାଧ୍ୟମରେ ପୁରୁଷ ବନ୍ଧୁଙ୍କଠାରୁ କିଛି ଟଙ୍କା ନେଇ ବିଭିନ୍ନ ଧମକ ଦେଇ ଚାଲିଗଲେ। ପୀଡିତା ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୦ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ମାନେ କଲେଜ ଛାତ୍ର ବୋଲି ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୬ ମାସ ମଧ୍ୟରେ ଗୋଲାନ୍ତରା ଏବଂ ଗୋପାଳପୁର ଥାନା ଅଞ୍ଚଳରେ ଏହା ତୃତୀୟ ବଳାତ୍କାର ଘଟଣା। ଜାନୁଆରୀ ମାସରେ ଗୋପାଳପୁର ଥାନା ଅଞ୍ଚଳରେ ଏକ ବସ୍ ଭିତରେ ଜଣେ ୪ ବର୍ଷର ଝିଅକୁ ବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ଉକ୍ତ ବସ୍ ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଗିରଫ କରିଛି। ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ସେହିପରି 3 ତାରିଖରେ ଗୋଲାନ୍ତରା ଥାନା ଅଞ୍ଚଳରେ ଦୁଇ ନାବାଳିକା ଭଉଣୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଚ୍ ସମେତ ଅନ୍ୟ ଅଞ୍ଚଳରେ କଡ଼ା ପାଟ୍ରୋଲିଂ କରାଯାଉ ନ ଥିବା ଅଭିଯୋଗ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com