
ଭୁବନେଶ୍ୱର ୧୯/ଜୁନ୍ : ମୌସୁମୀ ଅଗ୍ରସର ହଉଛି ଯାହା ଫଳରେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ସୂଚନା ଜାରିକଲା ରାଜ୍ୟ ପାଣିପାଗ ବିଭାଗ । ଅଜିପାଇଁ ଓଡ଼ିଶାର କିଛି ଜିଲ୍ଲାକୁ ରେଡ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୧୯ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ଲାଗିରହିବ ବୋଲି ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ । ଓଡିଶା ପାଇଁ ୟେଲୋ ଆଲର୍ଟ ଜାରିକରିଛି ଆଇଏମଡି ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷ ପାଇଁ ୫ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ରାଜ୍ୟ ପାଣିପାଗ ବିଭାଗ । ପାଞ୍ଚଟି ଜିଲ୍ଲା ତଥା ଝାରସୁଗୁଡା,ସମ୍ବଲପୁର, ସୁନ୍ଦରଗଡ଼, ମୟୁରଭଞ୍ଜ ଏବଂ କେନ୍ଦୁଝରକୁ ଅରେଞ୍ଜ ୱାରନିଂ ଜାରି କରାଯାଇଛି । ସେପଟେ ତିନୋଟି ଜିଲ୍ଲା ତଥା ବରଗଡ଼, ଦେବଗଡ଼ ଏବଂ ଅନୁଗୁଳ ପାଇଁ ୟେଲୋ ୱାରନିଂ ଜାରି କରଯାଇଛି । ସମୁଦ୍ର ଆସନ୍ତା ରହୁଥିବାରୁ ସମୁଦ୍ର ଭିତରକୁ ମସ୍ୟଜୀବିଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପାଣିପାଗ ବିଭାଗ ।