ଓଡ଼ିଶାଜାତୀୟରାଜନୀତି

ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର ୧୯|୦୬: ଜୁଲାଇ ମାସର ଦ୍ୱିତୀୟ ସପ୍ତାହରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କରିବେବୋଲି ସୂଚନା ଦେଇଛନ୍ତି ପିସିସି ଅଭାପତି ଭକ୍ତଚରଣ ଦାସ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଜନସମାବେଶ ଆୟୋଜିତ ହେବ | ଏହି ସମାବେଶରେ ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଉପସ୍ଥିତ ରହିବେ। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେବେ ବୋଲି କହିଛନ୍ତି ହେବେ ବୋଲି ଭକ୍ତ ଚରଣ ଦାସ |

ସମ୍ପ୍ରତି ରାଜ୍ୟରେ ବଢୁଥିବା ଅପରାଧ ଘଟଣା, ମହିଳାଙ୍କ ଉପରେ ହଉଥିବା ଅତ୍ୟାଚାର, ନିର୍ଯାତନା ଓ ଆଇନଶୃଙ୍ଖଳାର ଅବନତି ବିଷୟକୁ କଂଗ୍ରେସ ଏହି ସମାବେଶରେ ଗୁରୁତ୍ୱର ସହିତ ପ୍ରଶ୍ନ କରିବ ବୋଲି କୁହାଯାଇଛି ।

ବିଜେପି ସରକାର ଗଠନ ପରେ ବିଜେଡ଼ି ବିରୋଧୀ ଦଳର ଅବସ୍ଥା ଦାଖଲ କରିଥିଲେ ମଧ୍ୟ, ବାସ୍ତବରେ ରାଜ୍ୟରେ ଗଢ଼ିଉଠୁଥିବା ଲୋକମତ ଅନୁଯାୟୀ କଂଗ୍ରେସ୍ ହିଁ ଏବେ ପ୍ରକୃତ ବିରୋଧୀ ଭୂମିକା ନିର୍ବାହ କରୁଛି। ଖଣି ଦୁର୍ନୀତି, ଚିଟଫଣ୍ଡ ଠକେଇ, ମହିଳା ଉପରେ ହିଂସା, ଓ ନିଯୁକ୍ତି ଅନିୟମତା ବିଷୟରେ ଦଳ ପ୍ରତିନିୟତ ଆନ୍ଦୋଳନ ଓ ରାଜପଥରେ ସ୍ୱର ଉଠାଇଆସୁଛି।

ଏହି ପ୍ରଚେଷ୍ଟାକୁ ଆହୁରି ତୀବ୍ର କରି ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ସରକାରଙ୍କ ଦୃଷ୍ଟି ରାଜ୍ୟସ୍ୱାର୍ଥ ଦିଗରେ ଆକର୍ଷିତ କରିବା କଂଗ୍ରେସର ମୂଳ ଲକ୍ଷ । ଏହି ପରିପ୍ରେକ୍ଷିରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଆଗମନ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରି, ଦଳର ରଣନୀତିକୁ ଅଧିକ ଶକ୍ତିଶାଳୀ କରିବ ବୋଲି କୁହାଯାଇଛି |

Related Articles

Back to top button
WP Twitter Auto Publish Powered By : XYZScripts.com