ମନୋରଞ୍ଜନ

ଫୁଣି ପରଦାରେ ଆମିର ଖାନ, କରିଛନ୍ତି ଦମଦାର ପ୍ରଦର୍ଶନ ।

ମୁମ୍ବାଇ ୨୦/ ଜୁନ୍ : ଦୀର୍ଘ ସମୟ ପରେ ଅମୀର ଖାନ ପରଦାକୁ ଆସିଲେ। ଅଭିନେତା ଆମିର ଖାନ ପ୍ରାୟ ତିନି ବର୍ଷ ହୋଇଯିବ ପରଦାରେ ଦେଖା ଦେଇନଥିଲେ, ଗୋଟେ ପ୍ରକାରର ହିନ୍ଦୀ ଚଳଚିତ୍ର ଜଗତରୁ ଉଭେଇ ଯାଇଥିଲେ। ହେଲେ ସେ ଫୁଣି ହିନ୍ଦୀ ଚଳଚିତ୍ର ଜଗତକୁ ଫେରିଛନ୍ତି ନିଜର ଦମଦାର ଓ ବୋହୁ ଆପେକ୍ଷିତ ସିନେମା ‘ସୀତାରେ ଜମିନ୍ ପର’କୁ ନେଇ ।ପୂର୍ବରୁ ତାଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ୨୦୨୨ରେ ରିଲିଜ୍ ହୋଇଥିଲା, ଯାହା ଫ୍ଲପ୍ ହୋଇଯାଇଥିଲା । ଏବେ ସେ ‘ସୀତାରେ ଜମିନ୍ ପର’ ସହିତ ପରଦାକୁ ଫେରିଛନ୍ତି। କାହାଣୀ ଦୃଷ୍ଟିରୁ ଏଠାରେ କିଛି ନୂତନତା ନାହିଁ। ସୀତାରେ ଜମିନ୍ ପର ୨୦୧୮ ସ୍ପାନିସ୍ ଫିଲ୍ମ ଚାମ୍ପିଅନ୍ସର ଏକ ଅଫିସିଆଲ୍ ରିମେକ୍। ଏହି ଫିଲ୍ମଟି ଆରଏସ ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ। ଆରୁଷ ଦତ୍ତ, ଗୋପୀ କୃଷ୍ଣନ୍ ବର୍ମା, ବେଦାନ୍ତ ଶର୍ମା, ନମନ ମିଶ୍ର, ରିଷି ଶାହାଣୀ ଏବଂ ରିଷଭ ଜୈନ ଚଳଚ୍ଚିତ୍ରରେ ନିଜର ଯାଦୁ ଦେଖାଇଛନ୍ତି। ‘ସୀତାରେ ଜମିନ୍ ପର’ ଆମିର ଖାନ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏକ ଫିଲ୍ମ। ଯେଉଁଥିରେ ଆମିର ଖାନ ଏବଂ ଜେନେଲିଆ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଆମିର ଖାନ ଏକା ଧାରାରେ,ଜଣେ ବଲିଉଡ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ଚିତ୍ରନାଟ୍ୟ ଲେଖକ ଏବଂ ସମାଜସେବୀ। ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା, ସମ୍ମାନିତ ଏବଂ ପ୍ରଭାବଶାଳୀ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେ ଚାରୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ସାତଟି ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। ତାଙ୍କୁ ୨୦୦୩ ମସିହାରେ ପଦ୍ମଶ୍ରୀ ଏବଂ ୨୦୧୦ ମସିହାରେ ପଦ୍ମ ଭୂଷଣ ମଧ୍ୟ ପ୍ରଦାନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com