Featuredବାଣିଜ୍ୟରାଜନୀତି

ପ୍ରକାଶ ପାଇଲା ୨୦୨୪ ନିର୍ବାଚନ ଖର୍ଚ୍ଚ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ଓଡିଶା ୨୧/ ଜୁନ୍: ୨୦୨୪ ସାଧାରଣ ନିର୍ବାଚନରେ ହୋଇଥିବା ଖର୍ଚ୍ଚ ପ୍ରକାଶ ପାଇଛି । ଏଡିଏର (ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ) ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହି ଥର ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ ତଥା ବିଧାନସଭା ଓ ଲୋକସଭାର ମିଳିତ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ମଧ୍ୟରୁ ବିଜେପି ୧୪୯୪ କୋଟି ଖର୍ଚ କରିଛି ଯାହା ମୋଟ ରାଜନୈତିକ ଦଳ ଗୁଡିକର ଖର୍ଚ୍ଚ ମଧ୍ୟରୁ ୪୪.୫୬ ପ୍ରତିଶତ । କଂଗ୍ରେସ ୬୨୦ କୋଟି ଖର୍ଚ୍ଚ କରିଛି ଯାହା ସମୁଦାୟ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶତ ଖର୍ଚ୍ଚ କରି ଦ୍ୱିତୀୟ ସ୍ତନ ଅଧିକାର କରିଛି । ୩୨ଟି ଆଞ୍ଚଳିକ ଦଳର ତଥ୍ୟ ଆକଳନ କରି ଏଡିଏର ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁଯାୟୀ ସମସ୍ତ ଦଳ ଲୋକସଭା ଓ ବିଧାନସଭା ନିର୍ବାଚନରେ ମୋଟ ୩୩୫୨.୮୧ କୋଟି ଟଙ୍କା ଖର୍ଚ କରିଛନ୍ତି । ଏହା କେବଳ ଆନ୍ଦ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା ଓ ସିକିମର ନିର୍ବାଚନ ଖର୍ଚ୍ଚର ମିଳିତ ଆକଳନ । ଏଥିମଧରୁ ଜାତୀୟ ଦଳ ଗୁଡିକ ୨୨୦୪ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି ଯାହା ମୋଟ ଖର୍ଚ୍ଚର ୬୫,୭୫ ପ୍ରତିଶତ । ଅନ୍ୟପକ୍ଷରେ ଆଞ୍ଚଳିକ ଦଳ ଗୁଡିକ ୧୧୪୮.୪୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିଜେଡି ୨୭୮.୦୩କୋଟି ଖର୍ଚ୍ଚ କରିଛି, ବିଜେଡି କେବଳ ଡିଜିଟାଲ ପ୍ରଚାର ବାବଦରେ ୮୩.୦୩ କୋଟି ଖର୍ଚ୍ଚ କରିଛି, କଂଗ୍ରେସ ୯୮୩.୯୨ କୋଟି ଖର୍ଚ୍ଚ କରିଥିବା ବେଳେ ବିଜେପି ମାତ୍ର 1.06 କୋଟି ଖର୍ଚ୍ଚ କରିଛି । ଅନ୍ୟପାଖରେ ବିଜେପି ନିର୍ବାଚନ ପ୍ରଚାରରେ ୯୮୩.୯୨ କୋଟି ଖର୍ଚ୍ଚ କରିଛି, ଯାହା ସର୍ବାଧିକ ଅଟେ । ସାଧାରଣ ନିର୍ବାଚନର ୯୦ ଦିନ ଭିତରେ ଏବଂ ରାଜ୍ୟ ନିର୍ବାଚନର ୭୫ ଦିନ ମଧ୍ୟରେ ରାଜନୈତିକ ଦଳଗୁଡିକ ଦାଖଲ କରିଥିବା ବାଧ୍ୟତାମୂଳକ ବ୍ୟୟ ବିବରଣୀ ଆଧାରରେ ବିଶ୍ଳେଷଣ କରି ଏହି ରିପୋର ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com