Featuredଅନ୍ତର୍ଜାତୀୟଜାତୀୟସ୍ୱାସ୍ଥ୍ୟ

ଶାରୀରିକ, ମାନସିକ ଓ ଆତ୍ମିକ ସ୍ଵାସ୍ତତା ବଜାଇ ରଖିବାରେ ଯୋଗ ସାହାଯ୍ୟ କରେ : ଅନ୍ତର୍ଜାତୀୟ ଯୋଗ ଦିବସ ।

ଅନ୍ତର୍ଜାତୀୟ ଯୋଗ ଦିବସ ୨୧/ ଜୁନ୍: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗରେ ଆମ ଦେଶ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଲାଭ କରିଛି । ଯୋଗହିଁ ସକଳ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରେ । ବର୍ତ୍ତମାନ ସମୟରେ ପ୍ରତେକ ବ୍ୟକ୍ତି ନିରୋଗ ରହିବା ପାଇଁ ଯୋଗ ଉପରେ ନିର୍ଭର କରୁଛନ୍ତି । ଘରେ ଘରେ ଡାଇବେଟିସ, ବ୍ଲଡ଼ ପ୍ରେସର ଓ ହୃଦରୋଗ ଲୋକଙ୍କୁ ପ୍ରଭାବିତ କରୁଛି । ଏଥିରେ ନିରାକରଣ ପାଇଁ ଡାକ୍ତର ମାନେ ମଧ୍ୟ ମେଡ଼ିସିନ ସହିତ ଯୋଗ କରିବା ପାଇଁ ପରାମର୍ଶ ଦେଉଛନ୍ତି । ସାଧାରଣତଃ ଯୁବପିଢ଼ି ନିରୋଗ ରହିବା ହେଉ କି ଓଜନ କମେଇବା ହେଉ ଯୋଗ ଉପରେ ହିଁ ନିର୍ଭର କରୁଛନ୍ତି । ଯୋଗ କେବଳ ଶାରୀରିକ ସୁସ୍ଥତା ବଜାଇ ରଖିବାରେ ସାହାଯ୍ୟ କରେନି ଯୋଗ ଶରୀର ସହ, ମାନସିକ ସ୍ୱାସ୍ଥ୍ୟ ବଜାଇ ରଖିବାରେ ମଧ୍ୟ ସାହାଯ୍ୟ କରେ ।ଯୋଗର ସବୁଠାରୁ ଭଲ ହେଉଛି ଆପଣାକୁ କୌଣସି ପ୍ରକାରର ଖାଦ୍ୟରେ ପ୍ରତିବନ୍ଧନ ନାହିଁ । ଯୋଗ ଶାରୀରିକ, ମାନସିକ ଓ ଆତ୍ମିକ ସ୍ୱାସ୍ଥ୍ୟକୁ ସଠିକ ରଖିବାରେ ସାହାଯ୍ୟ କରେ । ତେଣୁ ବର୍ତ୍ତମାନ ସମୟରେ ଘରେ ଘରେ ଯୋଗ ପରିଚିତ, ଖାଲି ଆମ ଦେଶରେ ନୁହେଁ ଯୋଗ ବିଶ୍ୱରେ ମଧ୍ୟ ବେଶ ପରିଚିତ । ଏକ ସୁସ୍ତ ଓ ନିରୋଗ ମୟ ଜୀବନ ପାଇଁ ଯୋଗର ଅତ୍ୟଧିକ ଆବଶ୍ୟକତା ରହିଛି ଓ ଏଥିପାଇଁ ଯୋଗ ସାହାଯ୍ୟ ମଧ୍ୟ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com