
ଭୁବନେଶ୍ୱର ୨୧/୦୬ :ରାଜ୍ୟରେ ହଇଜା ପରିସ୍ଥିତି ଚିନ୍ତାଜନକ, ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ, ମହାପ୍ରଭୁଙ୍କ ଘୋଷ ଯାତ୍ରା ନିକଟତର ହେଉଛି। ଏତେ ବଡ଼ ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହି ସମୟରେ, ବିଭିନ୍ନ ଜିଲ୍ଲାରେ ଲୋକମାନେ ଏବେ ବି ଡାଇରିଆରେ ପୀଡିତ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ସହିତ ରାଜ୍ୟରେ ଡାଇରିଆର ପରିସ୍ଥିତି ବିଷୟରେ ଆଲୋଚନା କରିବେ। ସନ୍ଧ୍ୟାରେ ଜନସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ, କଟକ ଜିଲ୍ଲାର ମାହାଙ୍ଗା ବ୍ଲକରେ ଡାଇରିଆ ଯୋଗୁଁ ଆଉ ଏକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଯାଜପୁର ରୋଡରେ ଥିବା ଡାଇରିଆ ପରିସ୍ଥିତିରେ ଧୀରେ ଧୀରେ ଉନ୍ନତି ଆସିଛି। ତଥାପି, ନୂଆ ରୋଗୀ ଡାକ୍ତରଖାନାକୁ ଆସୁଛନ୍ତି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିବେ |