ଜାତୀୟ ସୁରକ୍ଷା ନେଇ ଆମେରିକା ରାଷ୍ଟପତି ଟ୍ରମ୍ପ କରିବେ ସମୀକ୍ଷା

ନୂଆଦିଲ୍ଲୀ, ୨୩|୦୬: ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ସମୀକ୍ଷା କରିବେ। ଏହି ବୈଠକ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧୨:୩୦ରେ ଅନୁଷ୍ଠିତ ହେବ। ବୈଠକରେ ଇରାନ ସହିତ ଚାଲିଥିବା ବିବାଦ ଉପରେ ଆଲୋଚନା କରାଯିବ। ହ୍ୱାଇଟ୍ ହାଉସ୍ ଅନୁଯାୟୀ, ବୈଠକରେ ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରାଯିବ। ଏହା ସହିତ ଭବିଷ୍ୟତର ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ।
ଏହି ସମୟରେ, ଇସ୍ରାଏଲ-ଇରାନ ଯୁଦ୍ଧ ଏକ ହିଂସାତ୍ମକ ମୋଡ଼ ନେଉଛି। ଆମେରିକୀୟ ଆକ୍ରମଣ ପରେ, ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରେ ପ୍ରବଳ ଆକ୍ରମଣ କରିଛନ୍ତି। ଇସ୍ରାଏଲ ଆଜି ଏକ ଇରାନୀ ସାମରିକ ଘାଟି ଉପରେ ଆକ୍ରମଣ କରିଛି। ୧୯୭୯ ପରେ ଇସଲାମିକ ଦେଶ ଉପରେ ସବୁଠ ବଡ଼ ଆକ୍ରମଣ କରିଛି ଇସ୍ରାଏଲ ।
ଆମେରିକା ଇରାନର ପରମାଣୁ ପ୍ଲାଣ୍ଟ ଉପରେ ୩୦,୦୦୦ ପାଉଣ୍ଡ ବଙ୍କର ବ୍ଲାଷ୍ଟର ବୋମା ଆକ୍ରମଣ କରିବା ପରେ ଯୁଦ୍ଧ ତୀବ୍ର ହୋଇଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବାକୁ ଇରାନ ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଆମେରିକାକୁ ଚେତାବନୀ ଦେଇଛନ୍ତି। ଖାମେନି କହିଛନ୍ତି ଯେ ଇସ୍ରାଏଲକୁ ଏକ ବଡ଼ ଭୁଲ ପାଇଁ ଦଣ୍ଡ ଦିଆଯାଉଛି।