
ଗୋପାଳପୁର ୨୩/ଜୁନ୍ : ପ୍ରେମୀ ମାନଙ୍କୁ ସୁରକ୍ଷା ଦେବ ବିଜେପି, ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ପରେ, ଲଭର୍ସ ପଏଣ୍ଟ ଗୁଡିକର ସୁରକ୍ଷା ପାଇଁ ଚିନ୍ତିତ ସରକାର। ରାଜ୍ୟରେ ପ୍ରେମିକମାନେ ଯେଉଁଠାକୁ ଯାତ୍ରା କରନ୍ତି ସେ ସବୁ ସ୍ଥାନରେ ସୁରକ୍ଷା ସୁନିଶ୍ଚିତ କରାଯିବ। ଏବେ ପ୍ରେମିକମାନେ ପର୍ଯ୍ୟଟନସ୍ଥଳୀରେ ଅସୁରକ୍ଷିତ ଅନୁଭବ କରିବେ ନାହିଁ, ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇବ। ପ୍ରେମିକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଏହି ସମ୍ପର୍କରେ ଦୁଇଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଲାଣି । ଗୋପାଳପୁର ଘଟଣା ପରେ ପ୍ରଥମ ଥର ପାଇଁ ସମସ୍ତ ଅଭିଯୁକ୍ତଙ୍କୁ ରାତାରାତି ଗିରଫ କରାଯାଇଛି । ଘଟଣାଟି ଏପରି ସ୍ଥାନଗୁଡ଼ିକର ଦୁର୍ବଳତା ବିଷୟରେ ଚିନ୍ତା ପ୍ରକାଶ କରିବା ପରେ ଏହି ନୂତନ ପଦକ୍ଷେପ ନିଆଯାଉଛି। “ଆମେ ସମସ୍ତ ସାର୍ବଜନୀନ ଏବଂ ପର୍ଯ୍ୟଟନସ୍ଥଳୀର ସୁରକ୍ଷାକୁ ବହୁତ ଗମ୍ଭୀରତାର ସହ ନେଉଛୁ,”ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। “ଏଗୁଡ଼ିକ କେବଳ ମନୋରଞ୍ଜନ ସ୍ଥାନ ନୁହେଁ ବରଂ ଓଡ଼ିଶାର ପ୍ରତିଛବିକୁ ପ୍ରତିଫଳିତ କରେ। ଆମେ ସ୍ଥାନୀୟ ବାସିନ୍ଦା ଏବଂ ପରିଦର୍ଶନକାରୀ ପର୍ଯ୍ୟଟକ ଉଭୟଙ୍କୁ ସୁରକ୍ଷା ଦେବୁ।” ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଅପରାଧିକ କାର୍ଯ୍ୟକଳାପ ରୋକିବା ଲାଗି ଶୀଘ୍ର ଉନ୍ନତ ସୁରକ୍ଷା, ବୈଷୟିକ ତଦାରଖ ଏବଂ ନିୟମିତ ପାଟ୍ରୋଲିଂ କରାଯିବ। ଓଡ଼ିଶାରେ ପର୍ଯ୍ୟଟନ ସମ୍ଭାବନା ବୃଦ୍ଧି ପାଉଥିବାରୁ, ପରିଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ।