ଯାଜପୁରରେ ଯୁବତୀଙ୍କୁ ଅସଦାଚରଣ

ଯାଜପୁର, ୨୩|୦୬ : ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଓଡ଼ିଶା ବୁଲିବାକୁ ଆସିଥିବା ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି। ବୀରଯା ପୀଠ ଦର୍ଶନରୁ ଫେରିବା ସମୟରେ ଅସଦାଚରଣର ଶିକାର ହୋଇଥିଲେ ଯୁବତୀ । ଭଦ୍ରକର ଦଶରଥପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କ ନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି |
ନିକଟରେ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିଲା। କୁହାଯାଉଛି ଯେ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନରେ ବଳାତ୍କାରର ଫଟୋ ରହିଛି। ପ୍ରାୟ ଦେଢ଼ ଘଣ୍ଟା ଧରି ନିର୍ଯାତନା ଚାଲିଲା। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚର ଡିଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହା ବ୍ୟତୀତ, କ୍ରାଇମବ୍ରାଞ୍ଚ ଡିଜିଟାଲ୍ ପ୍ରମାଣ ମଧ୍ୟ ହାସଲ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ମିଳିଥିବା ପ୍ରମାଣ ଯଥେଷ୍ଟ।
ଗୋପାଳପୁର ଗଣଦୁଷ୍କର୍ମ ମାମଲା ରାଜ୍ୟକୁ ଥରାଇ ଦେଇଛି। ଏହି ଘଟଣା ସମ୍ପର୍କରେ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉଠିବାରେ ଲାଗିଛି। ଏହି ସମୟରେ, ୧୭ ବର୍ଷ ପୂର୍ବେ ସେହି ସ୍ଥାନରେ ଘଟିଥିବା ଏକ ଲୋମ ହଲାଇ ଦେଉଥିବା କାହାଣୀର ଆଉ ଏକ ଅଜବ ଅଧ୍ୟାୟ ପ୍ରକାଶ ପାଇଛି। ତେବେ ମହିଳା ମାନେ କେତେ ସୁରକ୍ଷିତ ? କେବେ ଥମିବ ନାରୀ ନିର୍ଯାତନା ? କେବେ ସରକାର ଦେବ ସୁରକ୍ଷା ? ଏ ସମସ୍ତ ପ୍ରଶ୍ନ ଜଣ ମାନସ ମଧ୍ୟରେ ଉଙ୍କି ମାରିଛି |