ଓଡ଼ିଶା

ସମୁଦ୍ର ପତ୍ତନ ଠାରୁ ୫ ହଜାର ୬୦୦ ମିଟର ଉଚ୍ଚରେ ସାଇକେଲ ଚାଳନା

ଲଦାଖ, ୧୪/୦୭/୨୦୨୨- ସମୁଦ୍ର ପତ୍ତନ ଠାରୁ ୫ ହଜାର ୬୦୦ ମିଟର ଉଚ୍ଚ । ଅଙ୍କାବଙ୍କା ରାସ୍ତା । ତା ଉପରେ ସାଇକେଲ ଚାଳନା । ଏଭଳି ଦୁଃସାହସିକ କାର୍ଯ୍ୟ କରି ଫେରିଛନ୍ତି ଭୁବନେଶ୍ୱର ରେସର ଆଣ୍ଡ ରନର୍ସ ସାଇକେଲିଂ କ୍ଲବର ୧୦ ଜଣିଆ ଟିମ୍ । ଜୈବ ବିବିଧତା, ପରିବେଶ ସୁରକ୍ଷା ସହ ଭାତୃତ୍ୱର ବାର୍ତ୍ତା ପାଇଁ ଜୁଲାଇ ୩ ତାରିଖରୁ କରିଥିଲେ ସାଇକେଲ୍ ଯାତ୍ରା । ସମୁଦ୍ର ପତ୍ତନ ଠାରୁ ୧୯ ଶହ ୫୦ ମିଟର ଉଚ୍ଚରେ ହିମାଚଳର ମନାଲି ସହରରୁ ଯାତ୍ରା ଆରମ୍ଭ କରିଥିଲେ ୧୦ ଜଣିଆ ଟିମ୍ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ଏହା ସହିତ ବିଭିନ୍ନ ଓଡ଼ିଆ ଓ ସମ୍ବଲପୁରୀ ଗୀତରେ ମନାଇଥିଲେ ଉତ୍ସବ । ଜୁଲାଇ ୧୨ ତାରିଖରେ ୫ ହଜାର ୬୦୦ ମିଟର ଉଚ୍ଚରେ ଅବସ୍ଥିତ ଲଦାଖର ଖାରଦୁଙ୍ଗଲାରେ ସରିଥିଲା ଏହି ଐତିହାସିକ ସାଇକେଲ୍ ଯାତ୍ରା । ଏପରି ଦୁଃସାହାସିକ ସାଇକେଲ ଯାତ୍ରା ସମାପନ କରି ଓଡ଼ିଶା ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସେମାନଙ୍କୁ ସ୍ୱାଗତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com