ଓଡ଼ିଶା

ନବୀନଙ୍କୁ ଭେଟିଲେ ଗାଙ୍ଗୁଲି, ଏକାଠି ବାରବାଟୀରେ ଦେଖିବେ ମ୍ୟାଚ୍‌

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି । ରାଜଧାନୀରେ ପହଞ୍ଚିବାପରେ BCCI ସଭାପତିଙ୍କୁ ବିମାନବନ୍ଦରରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ଗାଙ୍ଗୁଲି ହୋଟେଲ ପହଞ୍ଚି କିଛି ସମୟ ବିଶ୍ରାମ ନେବାପରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହାପରେ କଟକ ଯାଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବାରବାଟୀରେ ମ୍ୟାଚ ଉପଭୋଗ କରିବେ ବିସିସିଆଇ ସଭାପତି । ଅପରାହ୍ନ ୩ଟାରୁ ଗେଟ୍ ଖୋଲିବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଛନ୍ତି ଦର୍ଶକ । ଗାଇଡଲାଇନ ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିଛି । ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏନେଇ ରଣନୀତି ପ୍ରସ୍ତୁତ କରିଛି ଭ୍ରମଣକାରୀ ଦଳ । ସେହିପରି ବାରବାଟୀରେ କଡ଼ା ଟକ୍କର ଦେଇ ଭାରତ ମ୍ୟାଚ୍ ରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com