ଓଡ଼ିଶା

ଓଡ଼ିଶାରେ ମହଙ୍ଗା ହେବ ଖାଇବା ତେଲ: ହାଣ୍ଡିଶାଳରେ ପଡ଼ିଲା ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ

ଭୁବନେଶ୍ୱର() ଋଷ ୟୁକ୍ରେନ ଲଢେଇ ଥମିବାର ନା ଧରୁନଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିବା ଦେଖାଗଲାଣି । ୟୁକ୍ରେନ ରାଜଧାନୀ କୁ କବଜା କରିବା ପାଇଁ ଋଷ ଅତର୍କିତ ଆକ୍ରମଣ କରୁଛି । ଏପଟେ ରାଜ୍ୟରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି । କାରଣ ଯୁଦ୍ଧ ପାଇଁ ଖାଇବା ତେଳ ଦର ଅଚାନକ ବୃଦ୍ଧି ପାଇଛି । ୩୦ ଟଙ୍କା ପର୍ଯ୍ୟନ୍ତ ପାମୋଲିନ ତେଲ ଦର ବୃଦ୍ଧି ପାଇଛି । ପାମୋଲିନ ତେଲ ସହ ସନଫ୍ଲାୱାର ତେଲ ବି ମହଙ୍ଗା ହୋଇଛି । କାରଣ ରାଜ୍ୟରେ ଏବେ ଯେତିକି ପରିମାଣର ତେଲ ମହଜୁଦ ରହିଛି, ତାହା ଆସନ୍ତା ଏକ ସପ୍ତାହ ମଧ୍ୟରେ ଶେଷ ହୋଇଯିବ । ଏଭଳି ପରିସ୍ଥିତିରେ ତେଲ ଆମଦାନୀ ଯଦି ନହେବ ତେବେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ରାଜ୍ୟକୁ ପ୍ରତିଦିନ ଦେଢ ହଜାରରୁ ଦୁଇ ହଜାର ଟନ ତେଲ ଆମଦାନୀ ହୋଇଥାଏ । ସେହି ହିସାବରେ ବାର୍ଷିକ ୬ ଲକ୍ଷ ଟନ ଆସିଥାଏ ।

ଆଉ ଯଦି ଭାରତ କଥା କହିବା ବାର୍ଷିକ ୧.୯୦ କୋଟି ଟନ ତେଲର ଆବଶ୍ୟକତା ରହିଛି । ତା ମଧ୍ୟରୁ ୧.୩୦ କୋଟି ଟନ ଅର୍ଥାତ ୭୦ ପ୍ରତିଶତ ତେଳ ଆମଦାନୀ କରାଯାଏ । ଏହାମଧ୍ୟରୁ ୫୦ ପ୍ରତିଶତ ପାମୋଲିନ, ୨୦ ପ୍ରତିଶତ ସନଫ୍ଲାୱାର ତେଲ ଆମଦାନୀ ହୁଏ । ତେବେ ଖାସ କଥା ହେଲା ଆମଦାନୀ ହେଉଥିବା ତେଲ ଭିତରେ ୨୩ ଲକ୍ଷ ଟନ ସନଫ୍ଲାୱାର, ୨୪ ଲକ୍ଷ ଟନ ପାମୋଲିନ କେବଳ ୟୁକ୍ରେନରୁ ଆସିଥାଏ । ମାତ୍ର ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଏଥିରେ ଏବେ ବାଧା ସୃଷ୍ଟି ହୋଇଛି । ସେପଟେ ସରକାର ଯଦି ଏହା ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଆସନ୍ତା ୧ ସପ୍ତାହ ମଧ୍ୟରେ ଖାଇବା ତେଲ ୫୦ ପ୍ରତିଶତ ଯାଏଁ ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com