ଓଡ଼ିଶା

ଆସନ୍ତା ୫ ଦିନ ପାଇଁ ସତର୍କ କରାଇଲା କେନ୍ଦ୍ର ପାଣିପାଗ ବିଭାଗ, ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦେଶର ଅନେକ ରାଜ୍ୟରେ ଆସନ୍ତା ୫ ଦିନ ପାଇଁ ପାଗ ପରିବର୍ତ୍ତନ ହୋଇପାରେ। ଏନେଇ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ଏହି ଅନୁଯାୟୀ, ପୂର୍ବ ଭାରତ, ଉତ୍ତର ଭାରତ ଏବଂ ମଧ୍ୟ ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଯେ ଗୁରୁବାର ଠାରୁ ପାଗରେ ପରିବର୍ତ୍ତନ ଦେଖାଯିବ ଯାହା ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଜାରି ରହିବ।

ଆସନ୍ତା ୨ ଦିନ ଧରି ଛତିଶଗଡ, ଝାଡ଼ଖଣ୍ଡ, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳ ପ୍ରଦେଶରେ ବର୍ଷା ସହ ବଜ୍ରପାତର ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ, ପ୍ରବଳ ପବନ ବହିବା ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡ ହେବାର ସମ୍ଭାବନା ଅଛି। ମଧ୍ୟପ୍ରଦେଶ,ଝାଡ଼ଖଣ୍ଡ ଏବଂ ପଶ୍ଚିମ ହିମାଳୟ ଅଞ୍ଚଳରେ କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ପାଇଁ ଚେତାବନୀ ଦିଆଯାଇଛି। ଏହି ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ହେବ।

 

Related Articles

Back to top button
WP Twitter Auto Publish Powered By : XYZScripts.com