ଓଡ଼ିଶା
ସୁବର୍ଣ୍ଣରେଖା ନଦୀରେ ବନ୍ୟା କମୁଛି ହେଲେ କମୁନି ଲୋକଙ୍କ ସମସ୍ୟା

ଭୁବନେଶ୍ୱର୨୩|୦୬: ସୁବର୍ଣ୍ଣରେଖା ନଦୀରେ ବନ୍ୟା କମୁଛି ହେଲେ ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ସମସ୍ୟା ଥମିବାର ନା ନେଉନାହିଁ | ଆଜି ବି ଜମି ରହିଛି ପାଣି ଆଉ । ରାଜଘାଟ ନିକଟରେ ସତର୍କ ସୂଚନା ୯.୪୫ ମିଟର ଥିବା ବେଳେ ସୋମବାର ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ହ୍ରାସପାଇ ୮.୨୩ ମିଟରରେ ପ୍ରବାହିତ ହେଉଛି ବୋଲି ସୂଚନା ମିଳିଛି । ଏହାରି ଭିତରେ ଭୋଗରାଇ ବ୍ଲକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି ।
ଖାଦ୍ୟ ସାମଗ୍ରୀ ଆଣିବାକୁ ଲୋକ ଡଙ୍ଗା ଉପରେ ନିର୍ଭର କରୁଛନ୍ତି ଲୋକେ। ରାତି ହେଲେ ଭୟ ବଢୁଛି । ପାଣି ଘେରରେ ଅନ୍ଧାର ଭିତରେ ବସି ରହିବାକୁ ପଡୁଛି । ଲାଇନ୍ ନଥିବା ବେଳେ ସାପ ଓ ଯନ୍ତୁଙ୍କ ଭୟ ଘାରୁଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ |