ଓଡ଼ିଶା
କୁମ୍ଭୀର ସହ ୧୫ ମିନିଟ ଲଢେଇ କଲେ ପ୍ରଭାତ

ଭୁବନେଶ୍ୱର ୨୪|୦୬: କଥାରେ ଅଛି ରଖିଲେ ହରି ମାରେ କିଏ | ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ | କୁମ୍ଭୀର ସହିତ ପ୍ରାୟ ୧୫ ମିନିଟ୍ ଧରି ସଂଘର୍ଷ କରିବା ପରେ, ଜଣେ ବ୍ୟକ୍ତି ତାଙ୍କ ଜୀବନ ବଞ୍ଚାଇଛନ୍ତି ।ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବଉଳକଣି ପଞ୍ଚାୟତର ଅରୁଣ ନଗର ଗାଁର ପ୍ରଭାତ ମଣ୍ଡଳ |
ଯେତେବେଳେ ସେ ରାମଚଣ୍ଡୀ ନଦୀରେ ଗାଧୋଇବାକୁ ଯାଉଥିଲେ, ପ୍ରାୟ ୧୦ ଫୁଟ ଲମ୍ବର ଏକ କୁମ୍ଭୀର ହଠାତ୍ ତାଙ୍କ ଉପରେ ଆକ୍ରମଣ କଲା। କୁମ୍ଭୀରଟି ପ୍ରଭାକରଙ୍କ ହାତକୁ ଟାଣି ନେଉଥିବା ସମୟରେ, ସେ ପ୍ରାୟ ୧୫ ମିନିଟ୍ ଧରି କୁମ୍ଭୀର ସହିତ ଲଢ଼ିଥିଲେ ଏବଂ ଶେଷରେ ଜିତିଥିଲେ। ଏହି କଷ୍ଟରୁ ବଞ୍ଚିବା ପରେ, ତାଙ୍କ ପରିବାର ତାଙ୍କୁ ମହାକାଳପଡ଼ା ମେଡିକାଲକୁ ନେଇଗଲେ। ଚିକିତ୍ସା ପରେ ସେ ଏବେ ସୁସ୍ଥ ହେଉଛନ୍ତି।