ଓଡ଼ିଶା

ଓଡିଶାର ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ରର ବିରୋଧ : ପୋଲିସ କହିଲା- ନିର୍ବାଚନରେ ବାଧା ଉପୁଜିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କୋରାପୁଟ : ଓଡିଶାର ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ରର ବିରୋଧ । କୋଟିଆରେ ଥିବା ଆନ୍ଧ୍ର ଏଜେଣ୍ଟମାନଙ୍କ ଦ୍ବାରା ବିରୋଧ କରାଯାଉଛି । ପଞ୍ଚାୟତ ନିର୍ବାଚନର ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ପ୍ରଚାରକୁ ଗଲେ ଆନ୍ଧ୍ର ଏଜେଣ୍ଟମାନେ ପ୍ରାର୍ଥୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ବିରୋଧ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆ ପଞ୍ଚାୟତର ଫଗୁଣସେନେରୀଠାରେ ।
ଜିଲ୍ଲା ପରିଷଦ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ଟିକାଇ ଗେମଲ ଫଗୁଣସେନେରୀ ଗ୍ରାମରେ ଘରକୁ ଘର ବୁଲି ଭୋଟ୍ ମାଗୁଥିବାବେଳେ ଆନ୍ଧ୍ର ଏଜେଣ୍ଟ ବିଶୁ ପାଙ୍ଗି ଯୁକ୍ତିତର୍କ କରିଥିଲେ । ତାସହ ନିର୍ବାଚନ ପ୍ରଚାରକୁ ବିରୋଧ କରିଥିଲେ । ବିରୋଧ ସତ୍ତ୍ବେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମଲ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରଚାର କରି ଫେରିଛନ୍ତି । ଓଡିଶାରେ ରହି ଓଡିଶାର ନିର୍ବାଚନକୁ ଆନ୍ଧ୍ର ଏଜେଣ୍ଟ ବିରୋଧ କରିବା ଘଟଣାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ନିର୍ବାଚନକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଯେ କୌଣସି ଲୋକ ବାଧା ଉପୁଜାଇବାକୁ ଚେଷ୍ଟା କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଏସମ୍ପର୍କରେ କିଛି କହୁନାହାନ୍ତି ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମଲ । ଏପଟେ ପ୍ରତିବନ୍ଧକ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com