
ଓଡିଶା ୨୫/ ଜୁନ୍ : ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ବ୍ୟାପୀ ଆନ୍ଦୋଳନ । ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ବଢିବଢି ଚାଲିଛି ଦୁଷ୍କର୍ମ, ଅବ୍ୟବସ୍ଥା ଓ ଅପରାଧ , ଯାହାକୁ ନେଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶ ପୁତ୍ତଳିକା ଦାହ ଓ କଳା ବ୍ୟାଜ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ ବିଜେଡି ଓ ଛାତ୍ରଛାତ୍ରୀ।