
ଭୁବନେଶ୍ୱର,୨୫|୦୬: ରେଳ ଅଡିଟୋରିୟମ୍ରେ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ ହୋଇଥିବା ଗଣତାନ୍ତ୍ରିକ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ। ସେହି ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ ଦେଉଛନ୍ତି। ଆହୁରି ୫୨ ଜଣଙ୍କ ନାମ ମଧ୍ୟ ସାମିଲ କରାଯାଇଛି। ଏହା ସହିତ, ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚଶିକ୍ଷା ବିଭାଗର ଅନେକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ୨୫ ଜୁନ୍ ୧୯୭୫ରେ ସମ୍ବିଧାନକୁ ହତ୍ୟା କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହାର ୫୦ତମ ବାର୍ଷିକୀ ପାଳନ କରାଯିବ। ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରାଯିବା ଆବଶ୍ୟକ ତାହା କରାଯିବ। ଅତୀତରେ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିବାର ସମୟ ଆସିଛି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ସମ୍ବିଧାନକୁ ସମ୍ମାନ ଦେଉ ନାହାଁନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।