ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ରଥଯାତ୍ରାରେ ସ୍ଵେଛା ସେବି ସଂଗଠନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ପୁରୀ,୨୭|୦୬: ପୁରୀରେ ଆଜି ଶ୍ରୀମନ୍ଦିର ପବିତ୍ର ରଥଯାତ୍ରା ଉତ୍ସବରେ ଅପାର ଭକ୍ତିଭାବ ଓ ଉତ୍ସାହ ଦେଖା ଦେଇଛି । ଏହି ମହାଉତ୍ସବ ଅବସରରେ, ସ୍ୱେଚ୍ଛାସେବୀ ସଂଗଠନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ଲକ୍ଷେ ଲକ୍ଷେ ଯାତ୍ରୀ ପୁରୀକୁ ଆସିଛନ୍ତି। ଏହି ଭିଡ଼କୁ ସୁନିୟୋଜିତ ରଖିବା, ଲୋକମାନେ ସହଜ ଓ ସୁବିଧାଜନକ ଭାବରେ ରଥ ଦର୍ଶନ କରିପାରିବେ ସେ ନେଇ ବିଭିନ୍ନ ସେବା ସଂଗଠନ ଜଳ ବଣ୍ଟନ, ପ୍ରଥମିକ ଚିକିତ୍ସା ସେବା, ଲୋଷ୍ଟ ଏଣ୍ଡ ଫାଉଣ୍ଡ ଡେସ୍କ, ଓ ମାର୍ଗଦର୍ଶନ ପରି କେନ୍ଦ୍ର ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ପ୍ରଦାନ କରାଯାଇଛି |
ଯୁବକ ମାନେ ନିଜ ଇଚ୍ଛାରେ ସେବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଅନେକ ସଂଗଠନ ମାଗଣା ଭୋଜନ ଓ ପାନୀୟ ଜଳ ବଣ୍ଟନ କରୁଛନ୍ତି | ରଥ ପଥ ଚାରିପାଖ ଓ ମୁଖ୍ୟ ସ୍ଥଳଗୁଡିକରେ ସ୍ୱେଚ୍ଛାସେବୀ ଟିମ୍ ନିୟୋଜିତ ଅଛନ୍ତି |
ତେବେ ଦେବସେବା ଭଳି ମାନବସେବାକୁ ମଧ୍ୟ ପବିତ୍ର ମନେ କରି ସ୍ୱଚ୍ଛାସେବୀ ମାନେ କାମରେ ଲାଗିପଡିଛନ୍ତି |