ଓଡ଼ିଶା

ଭିଜିଲାନ୍ସ ଜାଲରେ ଦୟାନିଧି ବାଗ: ୮ଟି ସ୍ଥାନରେ ଏକାସାଥି ରେଡ୍

ଭୁବନେଶ୍ୱର/ଭବାନୀପାଟଣା, ୩୦|୦୬: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ସଂରକ୍ଷଣ ଏବଂ ଜଳଛାୟା ବିକାଶ ଯୁଗ୍ମ ନିର୍ଦ୍ଦେଶକ ଥିବା ବାଗଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି।

ଚଢ଼ାଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ରହିଛି– କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ କୁପାଗାଁ ଗ୍ରାମରେ ବାସଭବନ, ଧର୍ମଗଡ଼ ବିକ୍ରମଗୁଡ଼ାରେ ଶ୍ୱଶୁରଙ୍କ ଘର, ଭୁବନେଶ୍ୱର ଗୋଠପାଟଣା ମହାନଦୀ ଆପାର୍ଟମେଣ୍ଟରେ ଫ୍ଲାଟ (୧-ଡି), ଚନ୍ଦ୍ରଶେଖରପୁର ଏଲଆଇଜି ଘର (୧୦/୬), ମୃତ୍ତିକା ସଂରକ୍ଷଣ ଓ ଜଳସମ୍ପଦ ବିକାଶ ନିର୍ଦ୍ଦେଶାଳୟର ଅଫିସ ଚାମ୍ବର, ନବରଙ୍ଗପୁର ମାଝିଗୁଡ଼ା ଛକ ନିକଟ ପଡ଼ାଲଗୁଡ଼ାସ୍ଥିତ ଏକ ନିର୍ମାଣାଧୀନ ବିଲ୍ଡିଂ, ଚୁଟିଆଗୁଡ଼ା ଛକରେ ବାଗଙ୍କ ପତ୍ନୀଙ୍କ ନାମରେ ଦୁଇଟି ବିଭିନ୍ନ ବିଲ୍ଡିଂ ଅନ୍ତର୍ଭୁକ୍ତ।

Related Articles

Back to top button
WP Twitter Auto Publish Powered By : XYZScripts.com