ଓଡ଼ିଶାମୌସୁମୀ

ବନ୍ୟାସ୍ତିତି ନିୟନ୍ତ୍ରଣାଧୀନ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର, ୩୦|୦୬: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବାରୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେଉଛି। ଆଗାମୀ ୭ ଦିନ ବର୍ଷା ଚାଲିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସହିତ ରେଡ୍ ଓର୍ନିଂ ଜାରି ହୋଇଛି।

ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ଯାହା ପରିଣାମରେ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ପାଣି ଓଡ଼ିଶାକୁ ଆସୁଛି। ଝାଡ଼ଖଣ୍ଡ ସରକାର ସହ ସମ୍ପର୍କ ରଖୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତଥାପି, ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ହେଉଥିବା ବେଳେ ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର କମିବାକୁ ଲାଗିଛି। ବସ୍ତା, ବାଲିଆପାଳ, ପୌରାଞ୍ଚଳ, ରେମୁଣା, ସଦର ଭୋଗରାଇ, ଜଳେଶ୍ବରରେ ପାଣି ପଶିବାରୁ ଆଗାମୀ ୭ ଦିନ ମାଗଣା ଖାଦ୍ୟ ଯୋଗାଇବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳର ଲୋକମାନେ ରିଲିଫ ସେଣ୍ଟରରେ ରଖାଯାଇଛନ୍ତି। କଟକରୁ ୨ଟି ଓଡିଆଫ ଟିମ୍‌ ବାଲେଶ୍ବରକୁ ଯିବାକୁ ପ୍ରସ୍ତୁତ ହେଉଛି। ମନ୍ତ୍ରୀ କହିଛନ୍ତି ଯେ ସରକାର ଲଘୁଚାପ ବର୍ଷା ଉପରେ କଠୋର ନଜର ରଖୁଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com