ଓଡ଼ିଶା
ବାହୁଡ଼ାଯାତ୍ରା ପୂର୍ବରୁ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ।

ପୁରୀ ୦୧/ଜୁଲାଇ : ପୁରୀରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ସହିତ ଶୃଙ୍ଖଳିତ ଯାତ୍ରା ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ଅଛି। ଏହି ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଡିଜିପି ୟୋଗେଶ ବାହାଦୁର ଖୁରାନିଆ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଗତ ରବିବାର ଦଳଚକଟା ଘଟଣାରେ ମୃତ୍ୟୁ ଘଟିଥିବା ୩ ଶ୍ରଦ୍ଧାଳୁ ଓ ଅନେକ ଆହତ ହେବା ପରେ ଏହି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ ଅଟେ, ଯାହା ସାରା ରାଜ୍ୟର ଲୋକଙ୍କ ଦୃଷ୍ଟିକୁ ଆକର୍ଷିତ କରିଛି। ମୁଖ୍ୟମନ୍ତ୍ରୀ ଏଥିରେ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରି ମାନବୀୟ ଜୀବନର ସୁରକ୍ଷା ପାଇଁ ଚିନ୍ତିତ ବୋଲି ସୂଚନା ମିଳିଛି।