ରାଜନୀତି

ଠାକରେ ଭାଇଙ୍କ ପୁନର୍ମିଳନ, ମହାରାଷ୍ଟ୍ର ରାଜନୀତି ରେ ନୂଆ ଅଧ୍ୟାୟ ।

ମହାରାଷ୍ଟ୍ର ୦୫/ ଜୁଲାଇ : ମୁମ୍ବାଇରେ ଏମଏନଏସ ମୁଖ୍ୟ ରାଜ ଠାକରେ ଓ ଶିବସେନା ନେତା ଉଦ୍ଧବ ଠାକରେ ପରସ୍ପର ବିଚ୍ଛିନ୍ନତାର ୨୦ ବର୍ଷ ପରେ ଏକାଠି ଆସିଛନ୍ତି। ଏହି ଐତିହାସିକ ମିଳନ ରାଜ୍ୟରେ ଏକ ନୂଆ ରାଜନୈତିକ ସନ୍ଦେଶ ଦେଇଛି। ରାଜ ଠାକରେ ଭାଷଣ ଦେଇ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଏହି ପୁନର୍ମିଳନ ପାଇଁ କ୍ରେଡିଟ୍ ଦେଇ କହିଛନ୍ତି ଯେ, “ଯାହା ବାଳାସାହେବ ଠାକରେ କରିପାରିଲେ ନାହିଁ, ତାହା ଦେବେନ୍ଦ୍ର କରିଦେଲେ।”ଏହି ମଞ୍ଚରୁ ଭାଷା ବିବାଦ ଓ ମରାଠୀ ଗର୍ବ ନେଇ ଦୁଇ ନେତା ଏକା ସ୍ବର ଉଚ୍ଚାର କରିଛନ୍ତି। ରାଜ ଠାକରେ ବିଜେପି ସରକାର ଦ୍ୱାରା ହିନ୍ଦୀକୁ ତୃତୀୟ ଭାଷା ବାନ୍ଧ୍ୟ କରାଯିବା ନିଷ୍ପତ୍ତି ଉପରେ ଆକ୍ରୋଶ ବ୍ୟକ୍ତ କରିଛନ୍ତି ଓ ଏହାକୁ ଶିକ୍ଷା ବିଶେଷଜ୍ଞଙ୍କ ପରାମର୍ଶ ବିନା ନିଆଯାଇଥିବା ଭୁଲ ନିଷ୍ପତ୍ତି ବୋଲି ଆଖ୍ୟା ଦେଇଛନ୍ତି। ସେ ଭାଷାର ନାଁରେ ଆତ୍ମଗର୍ବ ବ୍ୟକ୍ତ କରି ବୋଲିଛନ୍ତି, “ମୁଁ ମରାଠୀ ଗର୍ବ ପାଇଁ ଲଢ଼ିବି।”ଉଦ୍ଧବ ଠାକରେ ତାଙ୍କ ଭାଷଣରେ ଏକ ଦୃଢ଼ ସନ୍ଦେଶ ଦେଇଛନ୍ତି ଯେ ମୁମ୍ବାଇ ଓ ମହାରାଷ୍ଟ୍ର ପାଇଁ ଆମେ ସମସ୍ତେ ଏକାଠି ହେଇଛୁ। ସେ କହିଛନ୍ତି, “ଭାଷା ନେଇ ଯଦି ଗୁଣ୍ଡା ହେବାକୁ ପଡ଼ିଲେ, ଆମେ ଗୁଣ୍ଡା ହେବୁ।” ସେ ଅଭିଯୋଗ କରିଛନ୍ତି ଯେ ଲୋକମାନେ ମରାଠୀ କଥା ନ କହିଲେ ଚାପୁଡ଼ା ମାରିବା ଓ ଭୟଭୀତ କରାଯାଉଛି, ଯାହା ସେ ବ୍ୟଙ୍ଗ ଭାବରେ ଆଶ୍ରୟ କରି ସମ୍ବୋଧନ କରିଛନ୍ତି। ରାଜ ଠାକରେ ଏହି ଅବସରରେ ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକ ପଛୁଆ ଥିବା ଓ ସେଠାରୁ ଲୋକମାନେ ଅଣହିନ୍ଦୀ ରାଜ୍ୟମାନେ ପ୍ରବାସ କରୁଥିବା ନେଇ ମତ ବ୍ୟକ୍ତ କରିଛନ୍ତି। ସେ ଦାବି କରିଛନ୍ତି ଯେ, ହିନ୍ଦୀ ଭାଷା ସେମାନଙ୍କୁ ପ୍ରଗତିରେ ସାହାଯ୍ୟ କରିନାହିଁ। ତୃତୀୟ ଭାଷା ବିବାଦରେ ତିବ୍ର ଅସନ୍ତୋଷ ଜଣାଇ ସେ କହିଛନ୍ତି, “ଏହି ଦିଗରେ ଆଗକୁ ବଢିଲେ ମୁମ୍ବାଇକୁ ମହାରାଷ୍ଟ୍ରରୁ ବାହାର କରିବା ପ୍ରୟାସ ହେବ।”

 

Related Articles

Back to top button