Manmohan Samal becomes President again, Mohan Majhi congratulates him.

ଭୁବନେଶ୍ୱର ୦୮/ଜୁଲାଇ : ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଭାବରେ ମନମୋହନ ସାମଲଙ୍କୁ ପୁନଃ ନିର୍ବାଚିତ କରାଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନମୋହନ ସାମଲଙ୍କ ଦୃଢ଼ ନେତୃତ୍ୱ, ସାଙ୍ଗଠନିକ ଦକ୍ଷତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି ଅପାର ସମର୍ପଣ ବିଜେପିକୁ ଓଡ଼ିଶାରେ ଏକ ନୂତନ ଅସ୍ତିତ୍ୱ ଦେଇଛି। ତେବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବିଜେପି ଦଳ ପରିବାର ମୁଖି ନୁହେଁ, ଏହା କାର୍ଯ୍ୟକର୍ତ୍ତାମାନଙ୍କ ଦଳ ଓ ତ୍ୟାଗ ତପସ୍ୟା ଦ୍ୱାରା ଗଠିତ ଦଳ। ସେ ଏହି ଅବସରରେ ମନମୋହନ ସାମଲଙ୍କୁ “ଘୋଡ଼ା ସରି ନୁହେଁ” ବୋଲି ବ୍ୟାଖ୍ୟା କରି, ତାଙ୍କ ନେତୃତ୍ୱରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ ବିଜେପିର ଏହି ଅଭିଯାନ ସାଧାରଣ କାର୍ଯ୍ୟକର୍ତ୍ତାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ରୂପେ ଏକ ଜନତା-ନିର୍ଭର ଆନ୍ଦୋଳନ। ମନମୋହନ ସାମଲଙ୍କ ନେତୃତ୍ୱରେ 2004 ମସିହାରେ ବିଜେପି ମେଣ୍ଟ ସରକାରର ଅଂଶ ହୋଇଥିଲା, ଏବଂ 2024ରେ ଏକାକୀ ସରକାର ଗଠନ କରି ଓଡ଼ିଶା ଲୋକଙ୍କ ଭରସା ଜିତିଛି। ମନମୋହନ ସାମଲ ଏବିଭିପିରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ ବର୍ତ୍ତମାନ ଚତୁର୍ଥ ଥର ସଭାପତି ହୋଇ ଇତିହାସ ରଚିଛନ୍ତି। ତାଙ୍କ ନେତୃତ୍ୱ ଏବଂ ଦୃଢ଼ତା ବିଜେପିର ଆଗାମୀ ଯାତ୍ରାରେ ଏକ ମଜବୁତ ପାଇଦାନି ସାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।