Breaking NewsFeaturedରାଜନୀତି

କାହିଁକି ସବୁ ସମ୍ପତ୍ତି ଦାନ କରିଦେଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ

ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ । ଦାନ କରିଦେଲେ ନିଜ ସମ୍ପତି । ଏବେ ଲୋକ ପୁରା ଖୁସ । ସବୁଠି ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ହେବ ତ ଏମିତି । ତେବେ କିଏ ଏହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନୀତୀଶ କୁମାର ନା ଆଉ କିଏ… । ଦର୍ଶକ ବନ୍ଧୁ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଯିଏ ଯୁବପିଢୀଙ୍କୁ ଦେଇଛନ୍ତି ଗୁରୁତ୍ୱ । ଦାନ କରିଛନ୍ତି ତାଙ୍କ ସମ୍ପତି । ରାଜନୀତିରୁ ଉପରେ ରହି ସମାଜ କଲ୍ୟାଣ ପାଇଁ ଆଗଭର ହୋଇଥିବା ଏହି ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଗାଁର ପରବର୍ତୀ ପିଢଙ୍କ ଭବିଷ୍ୟତ ପାଇଁ ସେ ନେଇଛନ୍ତି ଏଭଳି ପଦକ୍ଷେପ ।

ଏଠାରେ କହିରଖୁଛୁ ଯେ ସୋମବାର ସକାଳେ ରୋହତକରୁ ଭିବାନୀ ଅଭିମୁଖେ ଯାଉଥିବା ବେଳେ ତାଙ୍କ ପୈତୃକ ଗ୍ରାମ ବାନିୟାନୀରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ମନୋହରଲାଲ । ଏହି ସମୟରେ ଗାଁ ଲୋକଙ୍କୁ ଦାନ କରିଛନ୍ତି ତାଙ୍କ ପୈତୃକ ଘର । ଯୁବପିଢୀଙ୍କ ଭବିଷ୍ୟତ ପାଇଁ ଇ-ଲାଇବ୍ରେରୀ ତିଆରି କରିବା ଉଦେ୍ଦଶ୍ୟରେ ସେ ଏହି ଘରକୁ ପଂଚାୟତକୁ କରିଛନ୍ତି ହସ୍ତାନ୍ତର । ଏହି ସମୟରେ ଖଟ୍ଟର କହିଛନ୍ତି ଯେ, ଏହା ମୋ ପାଇଁ ଗର୍ବର ବିଷୟ କି ମୁଁ ଜନ୍ମ ଗାଁକୁ ଆସିଛି । ମୋ ପିଲାଦିନ ଏଠାରେ କଟିଛି ଓ ମୁଁ ଏହିଠାରେ ଅଧ୍ୟୟନ କରିଛି । ଏହି ଘର ମୋ ମାତାପିତାଙ୍କ ପ୍ରତୀକ, ଯାହା ସେମାନେ ମୋ ନାମରେ କରିଛନ୍ତି । ତେଣୁ ଏହି ଘର ଗାଁ ପାଇଁ ଉପଯୋଗୀ ହେବା ଉଚିତ୍ । ଏନେଇ ଏହି ସ୍ଥାନରେ ଇ-ଲାଇବ୍ରେରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସେ ଯାହା ହେଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତି ପରେ ଉତ୍ସାହିତ ହୋଇ ପଡିଛନ୍ତି ଗାଁ ଲୋକେ ।

Related Articles

Back to top button
WP Twitter Auto Publish Powered By : XYZScripts.com