Breaking NewsFeaturedଓଡ଼ିଶାଜାତୀୟରାଜନୀତି

ବଦଳିଲେ ୧୦ ଜିଲ୍ଲା କଂଗ୍ରେସ ସଭାପତି, କୋରାପୁଟରୁ ହଟିଲେ ମୀନାକ୍ଷି ବାହିନୀପତି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଓଡ଼ିଶାରେ କେତେକ ପରିବର୍ତ୍ତନ ଅଣାଯାଇଛି। ନୂଆ କର୍ମକର୍ତ୍ତାଙ୍କୁ ନୂଆ ପଦରେ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି କ୍ରମରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ୧୦ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏନେଇ ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନୂଆପଡ଼ା, କେଉଁଝର, ପୁରୀ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ଦେଓଗଡ଼ ଆଦି ଜିଲ୍ଲାରେ ନୂଆ ସଭାପତି ଚୟନ କରାଯାଇଛି।

ଖାଲି ସେତିକି ନୁହେଁ, ଶୃଙ୍ଖଳା କମିଟିର ଅଧ୍ୟକ୍ଷ, ଆବାହକ ଓ ସଦସ୍ୟ ଭାବେ ୬ ଜଣଙ୍କୁ ଦାୟିତ୍ୱ ଭାର ନ୍ୟସ୍ତ କରାଯାଇଛି। ଏଥିସହ ନିର୍ବାଚନ ଇସ୍ତାହାର କମିଟି, ପ୍ରଚାର ଓ ପ୍ରକାଶନ କମିଟି ଏବଂ ଏଆଇସିସି ପ୍ରୋଗ୍ରାମ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଭାବେ ୩ ଜଣଙ୍କୁ ଗୁରୁ ଦାୟିତ୍ଵ ମିଳିଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନୂଆ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ପୂର୍ବରୁ ଗତ ଏପ୍ରିଲ ମାସ ୨୪ ତାରିଖରେ କଂଗ୍ରେସ ନୂଆ ଟିମ୍ ଘୋଷଣା କରିଥିଲା। ଦଳ ପକ୍ଷରୁ ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ମିିଡିଆ ସଦସ୍ୟଙ୍କୁ ଦାୟିତ୍ୱ ମିଳିଥିଲା।

ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଜେଡି, ବିଜେପି ଓ କଂଗ୍ରେସ ଦଳ ସେମାନଙ୍କର ସଂଗଠନର ନବକଳେବର କରିବା ଆରମ୍ଭ କରିଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com