ଓଡ଼ିଶାରାଜନୀତି

The response of the Urban Development Minister to the water logging problem...

ଭୁବନେଶ୍ୱର ୦୯/ଜୁଲାଇ : ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୱାଟର ଲଗିଙ୍ଗ୍ ସମସ୍ୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁଠିଠି ୱାଟର ଲଗିଙ୍ଗ୍ ହେଉଛି ସେଠି ଏଭଳି ସ୍ଥିତି ପୁଣି ହେବା ନାହିଁ ବୋଲି ନିର୍ବିକଳ୍ପ ପ୍ରୟାସ ଚାଲିଛି। ବର୍ଷା ପୂର୍ବରୁ ବିଶେଷ ଟିମ୍ ଗଠନ କରି ସେସବୁ ସ୍ଥାନ ମନିଟରିଙ୍ଗ କରାଯାଇଥିଲା ଓ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମଧ୍ୟ ୱାଟର ଲଗିଙ୍ଗ୍ ସମସ୍ୟାକୁ ନେଇ ଅନୁଧ୍ୟାନ କରୁଛନ୍ତି ଓ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରି ରାଜଧାନୀ ଭୁବନେଶ୍ୱରରେ ଏହି ସମସ୍ୟା କମ କରାଯିବା ପାଇଁ ଯୋଜନା କରାଯାଉଛି। ମନ୍ତ୍ରୀ ମହାପାତ୍ର ଏହାମଧ୍ୟ କହିଛନ୍ତି ଯେ, ଯଦି କୌଣସି ସ୍ଥାନରେ ଅଯଥା ରାସ୍ତା ଖୋଲାଯାଉଛି ଓ ସେଥିପାଇଁ ୱାଟର ଲଗିଙ୍ଗ୍ ସମସ୍ୟା ହେଉଛି, ତେବେ ସେ ବିଷୟରେ ଅଭିଯୋଗ ଆସିଲେ କଡ଼ା ପଦକ୍ଷେପ ନିଆଯିବ। ଯେଉଁଠି କାମ ଚାଲିଛି କିମ୍ବା ଅବଶ୍ୟକତା ଅଛି, ସେଠି ରାସ୍ତା ଖୋଲାଯିବାକୁ ମନ୍ତ୍ରୀ ଯୁକ୍ତିସଙ୍ଗତ ବୋଲି ମନ୍ତବ୍ୟ ଦେଇଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ଭୁବନେଶ୍ୱର ନାଗରିକମାନେ ବର୍ଷାରେ ବିପର୍ୟସ୍ତ ହେବାରୁ ବଞ୍ଚିପାରିବେ ବୋଲି ଆଶା କରାଯାଉଛି।

 

Related Articles

Back to top button