
ନୂଆଦିଲ୍ଲୀ ୦୯/ଜୁଲାଇ : ଭାରତ ବନ୍ଦ ଆହ୍ୱାନର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି। ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନଙ୍କ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ ଓ ପ୍ରତିବାଦ ଆୟୋଜିତ ହୋଇଥିବା ଯୋଗୁଁ ଚେନ୍ନାଇରେ ରାସ୍ତା ଅବରୋଧ, ପଶ୍ଚିମବଙ୍ଗରେ ବସ ଅଟକାଯିବା, ଓଡିଶା ଓ କେରଳରେ ବଜାର ବନ୍ଦ ଭଳି ଅନେକ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବନ୍ଦ ଅନେକ ସାମାଜିକ ଓ ଆର୍ଥିକ ଦାବିକୁ ନେଇ ଆୟୋଜିତ ହୋଇଥିବା ଥିଲେ ମଧ୍ୟ, ଏଥିରୁ ସାଧାରଣ ଲୋକ ଦିନଚର୍ଯ୍ୟାରେ ବାଧା ଅନୁଭବ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ସ୍ଥାନରେ ବସ୍ ଚାଳକମାନେ ହେଲମେଟ୍ ପିନ୍ଧି ଗାଡ଼ି ଚଳାଇବା ପରି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି, ଯାହା ବନ୍ଦ ସମୟର ଅସୁରକ୍ଷିତ ପରିସ୍ଥିତିକୁ ସ୍ପଷ୍ଟ କରୁଛି। କେରଳରେ ବନ୍ଦ ପାଳନ ସକ୍ରିୟ ଭାବେ ହେଉଥିବାରୁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଓଡିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରତିବାଦ ଓ ଧାରଣା ଚାଲିଛି। ଏହି ବନ୍ଦ ଦ୍ୱାରା ଅନେକ ଲୋକ ନାହିଁ ନଥିବା ସମସ୍ୟାର ସସମ୍ମୁଖୀନ ହେଉଛନ୍ତି ।