ଓଡ଼ିଶା

Black market is here, whoever does it will......

ଭୁବନେଶ୍ୱର ୧୦/ଜୁଲାଇ : ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଧର୍ମଘଟ ତୃତୀୟ ଦିନକୁ ପହଞ୍ଚିଛି, ଯାହାର ପ୍ରଭାବରେ ରାଜ୍ୟର ପରିବହନ ବ୍ୟବସ୍ଥା ପ୍ରାୟ ଠପ୍ ହୋଇଯାଇଛି। ଏହି ଧର୍ମଘଟ ଦେଖା ଦେବା ସହ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଯିବାକୁ ଲାଗିଛି। ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି, ଏବଂ କିଛି ଥାନାରେ ତେଲ ସରିଯିବା ଖବର ମିଳିଛି। ଏଥିରେ ଲୋକେ ତେଲ ପାଇଁ ଚିନ୍ତିତ ଅବସ୍ଥାରେ ଅଛନ୍ତି। ଟ୍ୟାଙ୍କର ଯୋଗାଣ ଠପ୍ ହେବା ଫଳରେ ଆଗାମୀ ଦିନରେ ଅବସ୍ଥା ଆଉ ବେସି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଯଥେଷ୍ଟ ମାତ୍ରାରେ ମଜୁତ ଅଛି। ଭୁବନେଶ୍ୱରକୁ ୧୫୦ ଓ କଟକକୁ ୭୬ ଟି ଟ୍ୟାଙ୍କର ପହଞ୍ଚିଛି। ସମସ୍ତ ସହରକୁ ଶୀଘ୍ର ତେଲ ଯୋଗାଇ ଦିଆଯିବ। ସେହିପରି ଯେଉଁମାନେ ଏହି ଅବସ୍ଥାକୁ କଳାବଜାରୀ ପାଇଁ ବ୍ୟବହାର କରୁଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍‌ର ସଂଘ ସମ୍ପାଦକ ସଞ୍ଜୟ ଲାଠ୍ ମଧ୍ୟ କହିଛନ୍ତି, ରାଜ୍ୟରେ ତେଲ ସଙ୍କଟ ନାହିଁ ଓ ଲୋକେ ଭୟଭୀତ ହେବା ଆବଶ୍ୟକ ନାହିଁ।

 

Related Articles

Back to top button