Government will accept the demands of drivers: Krishna Chandra Patra.

ଭୁବନେଶ୍ୱର ୧୦/ଜୁଲାଇ : ରାଜ୍ୟରେ ଓଡିଶା ଡ୍ରାଇଭର ମହାସଂଘର ୬ ଦଫା ଦାବି ନେଇ ଚାଲିଥିବା ଷ୍ଟେଅରିଂ ଛାଡ଼ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ଦାବି ପୁରାଣ ପାଇଁ ଏକ ପ୍ରକାର ଜିଦ ଧରି ବସିଛନ୍ତି ଡ୍ରାଇଭର ମାନେ, ହେଲେ ତାଙ୍କ ସମସ୍ୟାର କିଛି ସମାଧାନ ହେଇପାରିନାହିଁ । ଏହାରି ମଧ୍ୟରେ ଆଜି ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ମନ୍ତ୍ରୀ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ, ଖୁବ ଶୀଘ୍ର ଡ୍ରାଇଭର ସଂଘର ଦାବି ପୁରାଣ ହେବ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଡ୍ରାଇଭର ମହାସଂଘର ଦାବି ଏତେ ବଡ଼ ନୁହେଁ, ସରକାର ଏହାକୁ ବହୁତ ଜଲ୍ଦି ପୁରାଣ କରିବ । ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶୃତି ଡ୍ରାଇଭର ମହାସଂଘକୁ ଏକ ପ୍ରକାର ଆଶ୍ୱାସନା ଦେଇଛି, ଖାଲି ଡ୍ରାଇଭର ମାନଙ୍କୁ ଯାତ୍ରୀଙ୍କୁ ମଧ୍ୟ ଏକ ପ୍ରକାର ଆଶ୍ଵାସନ ମିଳିଛି । ଖୁବ ଶୀଘ୍ର ସଭିଙ୍କ ସମସ୍ୟାର ସମାଧାନ ହେବ । ଆଗକୁ ଦେଖିବା ବାକି ରହିବ ସରକାର କେବେ ଡ୍ରାଇଭରଙ୍କ ଦାବି ପୁରାଣ କରିବେ ଯାହା ଫଳରେ ଆଉ ଗମନାଗମନରେ ବାଧା ଦେଖା ଯିବ ନାହିଁ ।