ଓଡ଼ିଶା
ପୁଳାପୁଳା ରୁପା ବିସ୍କୁଟ !କାର୍ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ବିସ୍କୁଟ ଜବତ

ସମ୍ବଲପୁର;୧୦|୦୭: ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସ୍ ଛକ ନିକଟରୁ ଜବତ ହେଲା ଏକ କୁଇଣ୍ଟାଲ ୧୦ କେଜି ଓଜନର ରୁପା | କାର୍ ଭିତରେ ସିକ୍ରେଟ୍ ଚାମ୍ବର୍ କରି ହେଉଥିଲା ଚୋରା ଚାଲାଣ | ବଡ଼ କଥା ହେଉଛି; ଗଞ୍ଜେଇ ଚୋରା ଚାଲାଣ ଯାଞ୍ଚ ବେଳେ ଜବତ କଲେ ରୂପ ବିସ୍କୁଟ ଅବକାରୀ ଟିମ୍, ଓଡ଼ିଶାରୁ ଝାଡ଼ଖଣ୍ଡ ରାଞ୍ଚିକୁ ହେଉଥିଲା ଚାଲାଣ ବୋଲି ସୂଚନା ମିଳିଛି | ଘଟଣାରେ ୨ଜଣ ଅଟକ ଅଛନ୍ତି | ଜାରି ଅଛି ତଦନ୍ତ |