ଓଡ଼ିଶାରାଜନୀତି

ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷଙ୍କୁ ଗିରଫ

 

ଭୁବନେଶ୍ବର ୧୪|୦୭ : ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୁଲିସ । ଛାତ୍ରୀଙ୍କ ପରିବାର ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ । କହିରଖୁଛୁ ପୂର୍ବରୁ ଏଜୁକେସନ୍ ବିଭାଗ ମୁଖ୍ୟ ସମୀର ସାହୁ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଭୁବନେଶ୍ଵର ଏମ୍ସରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ । ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଛାତ୍ରୀଙ୍କ ଡାଇଲିଲିସ୍ ଚାଲିଥିବା ଜଣାପଡ଼ିଛି । ଭୁବନେଶ୍ଵର ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ ସହିତ ଆଲୋଚନା କରି ଚିକିତ୍ସା କରୁଥିବା ଜଣାପଡ଼ିଛି । ଏବେ ବି ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।

Related Articles

Back to top button