ଓଡ଼ିଶାରାଜନୀତି

Rahul Gandhi consoled Soumyashri's father, hopes justice will be served soon.

ବାଲେଶ୍ୱର ୧୬/ଜୁଲାଇ : ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣା ପରେ ରାଜ୍ୟରେ ରାଜନୈତିକ ଆଲୋଚନା ଜୋର ଧରିଛି । ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ ଯୋଗେ ସୌମ୍ୟାଶ୍ରୀଙ୍କ ବାପା ବଳରାମ ବିଶିଙ୍କ ସହ କଥା ହୋଇ ସାନ୍ତ୍ୱନା ଜଣାଇଛନ୍ତି । କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ମାଧ୍ୟମରେ ଏହି ଯୋଗାଯୋଗ ସମ୍ଭବ ହୋଇଥିବା କୁହାଯାଉଛି । ବଳରାମ ବିଶି କହିଛନ୍ତି ଯେ, ରାହୁଲ ଗାନ୍ଧୀ ନ୍ୟାୟ ମିଳିବାର ଭରସା ଦେଇଛନ୍ତି । ଏହା ସହିତ, ପ୍ରିୟଙ୍କା ଗାନ୍ଧୀ ଖୁବ ଶୀଘ୍ର ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି । ଘଟଣାକୁ କେନ୍ଦ୍ର କରି ବିରୋଧୀ ଦଳ ରାଜ୍ୟ ସରକାରକୁ ଘେରିବାକୁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି ଓ ସକାଳ ୬ଟାରୁ ଦିବା ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି ବିଜେଡି କାର୍ଯ୍ୟକର୍ତ୍ତା । ଏହି ଆନ୍ଦୋଳନ ଦ୍ୱାରା ବିଜେଡି ବାଲେଶ୍ୱରରୁ ରାଜ୍ୟ ପରିସରରେ ଚେତନା ଆନିବା ଉଦ୍ଦେଶ୍ୟ ରଖିଛି । ଆସନ୍ତାକାଲି କଂଗ୍ରେସ ଓ ବାମପନ୍ଥୀ ଦଳମାନେ ସାରା ଓଡିଶା ବନ୍ଦ ଡାକରା ଦେଇଛନ୍ତି ।

 

Related Articles

Back to top button