ରାଜନୀତି

ତୁଟିଲା କି କଳି, ସଚିନ ପାଇଲଟଙ୍କ ଭିଡିଓ ବାର୍ତ୍ତା ସେୟାର କଲେ ଅଶୋକ ଗେହଲଟ

ପୁଣି ଚର୍ଚ୍ଚାରେ ଗେହଲଟ-ପାଇଲଟଙ୍କ ବନ୍ଧୁତା । ଏବେ ଏହି ଦସ୍ୱବ ରାଜନେତାଙ୍କୁ ବନ୍ଧୁତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । କାରଣ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ଭିତରେ ଥିବା ତିକ୍ତତା କାହାକୁ ବା ଅଛନ୍ତି । ଏହି ଦୁଇ ନେତା କଂଗ୍ରେସରେ ଥିବା ବେଳେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସବୁବେଳେ ଗୋଡ ଭିଡା ଭିଡି ଦେଖିବାକୁ ମିଳେ । ହେଲେ ଏବେ ନିର୍ବାଚନ ସମୟରେ ଗେହଲଟ ଆଉ ପାଇଲଟଙ୍କ ଭିତରେ ଥିବା ବନ୍ଧୁତା ଏବେ ସାମ୍ନାକୁ ଆସିଛି ।

ଶନିବାର ପଡିବ ରାଜସ୍ଥାନ ବିଧାନସଭା ଭୋଟ । ଏହା ପୂର୍ବରୁ ସଚିନ ପାଇଲଟ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଆଉ ଏହି ଭିଡିଓକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । ଫଳରେ ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ଏମିତିକି ଦିର୍ଘ ଦିନ ପରେ ଅଶୋକ ଗେହଲଟ ସଚିନ ପାଇଲଙ୍କ ଭିଡିଓ ସେୟାର କରିଥିବା କହିଛନ୍ତି ପିସିସି ସଭାପତି ଗୋବିନ୍ଦ ଦୋଟାସରା ।

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଏବେ ରାଜନୈ÷ତିକ ଦଳ ଏବଂ ସେମାନଙ୍କ ନେତାମମାନେ ବିଭିନ୍ନ ଗଣମାଧ୍ୟମରେ ଭୋଟ ପାଇଁ ଶେଷ ପ୍ରଚାର କରୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ କଂଗ୍ରେସ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

ଏଥର ସିଏମ୍ ଗେହଲୋଟ୍ ତାଙ୍କ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ବରିଷ୍ଠ ନେତାଙ୍କ ଭିଡିଓ ଆବେଦନ ସେୟାର କରିଛନ୍ତି ଏବଂ ପାର୍ଟିରେ ‘ସବୁ ଠିକ୍ ଅଛି’ ବୋଲି ବାର୍ତ୍ତା ମଧ୍ୟ ଦେଇଛନ୍ତି। ହେଲେ ସେୟାର ହୋଇଥିବା ଏହି ଭିଡିଓ ଗୁଡିକ ମଧ୍ୟରୁ ଗୋଟିଏ ହେଲା ପୂର୍ବତନ ଡେପୁଟି ସିଏମ୍ ସଚିନ୍ ପାଇଲଟ୍ଙ୍କ ବାର୍ତ୍ତା । ଯାହା ଏବେ ଆଲୋଚନାର ବିଷୟ ହୋଇ ରହିଛି। ତେବେ ବାସ୍ତବରେ କହିବାକୁ ଗଲେ ଦୀର୍ଘ ଦିନ ପରେ ସିଏମ୍ ଗେହଲୋଟଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସଚିନ ପାଇଲଟଙ୍କୁ ଦେଖିବାକୁ ମିଳିଛି ।

କାରଣ ଅନେକ ଦିନ ହେବ ଗେହଲୋଟ୍ ଏବଂ ପାଇଲଟଙ୍କ ମଧ୍ୟରେ ସମ୍ପର୍କ ଏତେଟା ଠାକ ନଥିଲା । କିନ୍ତୁ ଏବେ ନିର୍ବାଚନ ସମୟରେ ପାଇଲଟ କେବଳ କଂଗ୍ରେସର ନିର୍ବାଚନ ପ୍ରଚାରରେ ସ୍ଥାନ ପାଇନାହାନ୍ତି ବରଂ ସିଏମ ଗେହଲଟଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com