ଜାତୀୟରାଜନୀତି

ଶିବକୁମାର ଓ ସିଦ୍ଦରମୈୟାଙ୍କ ଭିତରେ ଛିଂଡୁନି ଭାଗ, ଟେନସନରେ କଂଗ୍ରେସ କ୍ୟାମ୍ପ୍

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କର୍ଣ୍ଣାଟକରେ ନିର୍ବାଚନ ଜିତି କଂଗ୍ରେସ ସରକାର ଗଠନ କରିବ ସତ । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ସେକଥା ଏଯାଏଁ ସ୍ଥିର ହୋଇ ପାରିନି । ଏ ନେଇ ଦୁଇ ଦିନ ହେଲାଣି ଚାଲିଛି ମାନସମନ୍ଥନ କିନ୍ତୁ ସିଦ୍ଧରମୈୟା ଓ ଶିବ କୁମାରଙ୍କ ଭିତରେ ଭାଗ ଛିଂଡୁନି । କଂଗ୍ରେସ ସିଦ୍ଦରମୈୟାଙ୍କ ନାଁ ଘୋଷଣା ନକେଲ ବି ଆପାତତଃ ସ୍ଥିର କରିସାରିଥିଲା । କିନ୍ତୁ ଶିବକୁମାରଙ୍କ ଅଭିମାନ ଦେଖି କଂଗ୍ରେସ କ୍ୟାମ୍ପ ପୁଣି ପାଦେ ପଛକୁ ଫେରିଗଲା । ସିଦ୍ଧରମୈୟା ଦିଲ୍ଲୀରୁ ସ୍ୱତନ୍ତ୍ର ଫ୍ଲାଇଟ ଯୋଗେ ଆଜି ହିଁ କର୍ଣ୍ଣାଟକ ଫେରିବାର ଥିଲା କିନ୍ତୁ ସବୁ ଜରୁରି କାମକୁ ବନ୍ଦ କରି ଦିଲ୍ଲୀରେ ଡେରା ପକାଇଲେ କାରଣ ଶିବକୁମାରଙ୍କ ଜିଦି ସବୁ ଅଙ୍କ ବଦଳାଇ ଦେଇପାରେ ।

ଶିବକୁମାର ଆଜି ରାହୁଲ ଓ ଖଡଗେଙ୍କୁ ଭେଟି ସିଧା ସିଧା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ରଖିଛନ୍ତି । ମିଡିଆ ସାମନାରେ ବି ସେ କହିଥିଲେ ଗଣମାଧ୍ୟମରେ ଦେଖାଯାଉଥିବା ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ନିଷ୍ପତି ନିଆଯାଇନି । ଏପରିକି ଦିଆଯାଉଥିବା ତାଙ୍କୁ ପ୍ରସ୍ତାବ ଦିଆଯାଇଥିବା ଡେପୁଟି ସିଏମ ପଡ ପାଇଁ ମଧ୍ୟ ସଫା ସଫା ମନା କରିଦେଇଥିଲେ । ଏପରିକି ଅଢେଇ ବର୍ଷିୟା ମୁଖ୍ୟମନ୍ତ୍ରୀ ପ୍ରସ୍ତାବରେ ବି ଶିବକୁମାର ରୋକଠୋକ କହିଛନ୍ତି ଯେ ଏମିତି ହେଲେ ପ୍ରଥମ ଟାର୍ମରେ ମୋତେ ହିଁ ମୁଖ୍ୟମନ୍ତ୍ରୀ କରାଯାଉ । ରାହୁଲଙ୍କୁ ଭେଟି ଶିବକୁମାର ଏକଥା ମଧ୍ୟ ଜଣାଇ ଦେଇଛନ୍ତି ଯେ ପୂର୍ବରୁ ସୋନିଆ ଗାନ୍ଧୀ ଶିବକୁମାରଙ୍କୁ କହିଥିଲେ ଯେ ଯଦି କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସେ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବ । କହିବାକୁ ଗଲେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ଜିଦିରେ ଅଟଳ । ସେପଟେ ମୁଖ୍ୟମନ୍ତ୍ରୀ ହେବାକୁ ସିଦ୍ଧରମୈୟା ବି ନଛୋଡବନ୍ଧା । ଆଉ ଏଭଳି ଦୋଛକି ଭିତରେ କଂଗ୍ରସ ଶପଥଗ୍ରହଣ ସମାରୋହକୁ ଘୁଞ୍ଚାଇ ଦେଇଥିବା ବେଳେ ପ୍ରାର୍ଥୀ ଘୋଷଣା ପାଇଁ ବି ଆହୁରି ସମୟ ନେଇଥିବା ବିଶେଷ ସୁତ୍ରରୁ ଜଣାପଡୁଛି ।

ତେବେ ଦେଖାଯାଉ କେମିତି କଂଗ୍ରେସ ସ୍ଥିର କରୁଛି ମୁଖ୍ୟମନ୍ତ୍ରୀ । ଏପଟେ କିନ୍ତୁ ଖଡଗେଙ୍କ ପାଇଁ ଏ ହେଉଛି ଅଗ୍ନି ପରୀକ୍ଷାର ସମୟ । କାରଣ ଦୁଇ ଗୋଷ୍ଠାକୁ ସନ୍ତୁଷ୍ଟ କରି ହିଁ ମୁଖ୍ୟମନ୍ତ୍ରୀ ସ୍ଥିର କରାଯିବ । ସେପଟେ ଡେରି ହେଲେ ପୁରା ଦେଶରେ କଂଗ୍ରେସ ନାଁରେ ଖରାପ ମେସେଜ ଯିବ । ତେଣୁ ଦେଖିବାକୁ ରହିଲା କଂଗ୍ରେସ କେମିତି ଏ ଧର୍ମ ସଂକଟରୁ ବାହାରି ସରକାର ଗଠନ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com