ଜାତୀୟ

ଦୁବାଇରେ ରାକ୍ଷୀଙ୍କୁ ଆଲିଶାନ୍‌ ଘର ଗିଫ୍ଟ କଲେ ଆଦିଲ୍‌, ଭିଡିଓ ସେୟାର କରି ଜଣାଇଲେ ଡ୍ରାମା କୁଇନ୍‌

ମୁମ୍ବାଇ: ବି-ଟାଉନର ‘କଣ୍ଟ୍ରୋଭର୍ସି କୁଇନ୍‌’ ରାକ୍ଷୀ ସାୱନ୍ତ ବର୍ତ୍ତମାନ ତାଙ୍କ ନୂଆ ବୟଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ଥାନ୍ତି। ଏବେ ସେ ବ୍ୟବସାୟୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ ଆଦିଲ ରାକ୍ଷୀଙ୍କୁ ଏକ କାର ଗିଫ୍ଟ କରିଥିଲେ। ଆଉ ଏବେ ଦୁବାଇରେ ବିଳାସପୂର୍ଣ୍ଣ ଘର ଉପହାର ଦେଇଛନ୍ତି। ରାକ୍ଷୀ ସାୱନ୍ତ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ରାକ୍ଷୀ ତାଙ୍କ ଦୁବାଇ ଘର ଭିତରେ ବୁଲି ଦେଖାଉଛନ୍ତି।

 

View this post on Instagram

 

A post shared by Rakhi Sawant (@rakhisawant2511)

ତେବେ ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା୧ ମିନିଟ୍ ୯ସେକେଣ୍ଡ୍ ଭିଡିଓରେ, ତାଙ୍କ ବିଳାସପୂର୍ଣ୍ଣ ଘରର ପ୍ରତ୍ୟେକ କୋଣକୁ ବୁଲିକି ଦେଖାଉଛନ୍ତି। ଭିଡିଓରେ ରାକ୍ଷୀ ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବାର  ନଜର ଆସିଛନ୍ତି । ଅଭିନେତ୍ରୀ ପ୍ରଥମେ ରୋଷେଇ ଘର ଦେଖାଉଛନ୍ତି । ଏହା ପରେ ସେ ଲିଭିଙ୍ଗ୍ ରୁମ୍, ବେଡରୁମ୍ ଏବଂ ୱାଶରୁମ୍ ଦେଖାଉଥିବାର ନଜର ଆସୁଛନ୍ତି। ବିଳାସପୂର୍ଣ୍ଣ ଘରେ ସବୁକିଛି ଆକର୍ଷଣୀୟ ହୋଇଥିବା ବେଳେ ସମସ୍ତ ଜିନିଷ ଉପସ୍ଥିତ ଅଛି ।

କହିବାକୁ ଗଲେ ରାକ୍ଷୀ ସାୱନ୍ତ ଗତ ମାସରେ ତାଙ୍କ ପ୍ରେମିକା ଆଦିଲ ଖାନ ଦୁରାନୀଙ୍କ ସହ ଛୁଟି କାଟିବାକୁ ଦୁବାଇରେ ଯାଇଥିଲେ । ଏହି ସମୟରେ ‘ଇ-ଟାଇମ୍ସ’ ସହିତ ବାର୍ତ୍ତାଳାପରେ ଅଭିନେତ୍ରୀ ଜଣାଇଥିଲେ ଯେ ତାଙ୍କ ପ୍ରେମିକା ଆଦିଲ ଦୁବାଇରେ ତାଙ୍କ ନାମରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ।

 

Related Articles

Back to top button
WP Twitter Auto Publish Powered By : XYZScripts.com