
ଭୁବନେଶ୍ୱର ୧୬/ଜୁଲାଇ : ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଲୋୟର ପିଏମଜି ସାମ୍ନାରେ ବିଜେଡିର ଆନ୍ଦୋଳନ ଜବରଦସ୍ତ ରୂପ ନେଇଥିଲା । ଲୋକସେବା ଭବନ ଘେରାଉ ଉଦ୍ୟମ କାରଣରେ ସ୍ଥିତି ରଣକ୍ଷେତ୍ରର ଆକାର ନେଇଥିଲା । ବିଜେଡି କର୍ମୀ ଓ ପୋଲିସ ମଧ୍ୟରେ ହୋଇଥିବା ଧସ୍ତାଧାସ୍ତି ଦେଖିବାକୁ ମିଳିଥିଲା । ପରିସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ପୋଲିସ ପାଣିମାଡ, ଲୁହବୁହା ଗ୍ୟାସ ଓ ରବର ବୁଲେଟ ମାଡ଼ ପ୍ରୟୋଗ କରିଥିଲା । ଏଥିରେ ବିଜେଡିର ଏକାଧିକ କର୍ମୀ ଆହତ ହୋଇଛନ୍ତି । ବବି ଦାସଙ୍କ ଗୋଡରେ ଆଘାତ ଲାଗି ତାଙ୍କୁ ଆପୋଲୋ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଡାନି ଘଡାଇ, ସୁଲତା ଦେଓ, ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ ଓ ସଞ୍ଜୀବ ମଲ୍ଲିକ ମଧ୍ୟ ଆହତ ହୋଇ ଭିନ୍ନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଏଥିସହ ବିଜେଡିର ଶତାଧିକ କର୍ମୀଙ୍କୁ, ଅରୁଣ ସାହୁଙ୍କ ସମେତ, ପୋଲିସ ଉଠାଇ ନେଇଛି । ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ବିଜେଡି ପକ୍ଷରୁ ହେଉଥିବା ଆନ୍ଦୋଳନ ବେଶ ରୂଢ଼ ଆକାର ନେଇଥିଲା । ଲୋୟର ପିଏମଜି ସାମ୍ନାର ଘଟଣା ଓଡିଶା ରାଜନୀତିକ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ନେଇଛି ।