ଓଡ଼ିଶା

ନାବାଳିକା ପୋଡିବା ଘଟଣାରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା

 

ଭୁବନେଶ୍ୱର ; ୧୯|୦୭ : ପୁରୀ ଜିଲ୍ଲା ନିମାପଡା ବିଧାନସଭାର ବଳଙ୍ଗା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାରେ ବିଜେପି ନେତା ମନମୋହନ ସାମଲ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ କହିଛନ୍ତି ଯେ ,”ପୁରୀ ଜିଲ୍ଲା ନିମାପଡା ବିଧାନ ସଭାର ବଳଙ୍ଗା ଅଞ୍ଚଳରେ ଘଟିଥିବା ଘୃନ୍ୟ ଘଟଣା ଶୁଣି ମୁ ଅତ୍ୟନ୍ତ ମର୍ମାହତ | ନାବାଳିକାଙ୍କ ଉପରେ ଏପରି ଅତ୍ୟାଚାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ | ଏହି ଘଟଣା କେବଳ ଏକ ନାବାଳିକାଙ୍କ ଉପରେ ଅତ୍ୟାଚାର ନୁହେଁ , ବରଂ ସମ୍ପୂର୍ଣ୍ଣ ମାନବିକତା ଉପରେ ଆଘାତ କରିଛି | ଆମ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭିରାତାର ସହ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତିବଦ୍ଧ | ନ୍ୟାୟ ସୁନିଶ୍ଚିତ କରିବା ଆମ ପ୍ରଥମ ଦାୟିତ୍ୱ ଏବଂ ଏପରି ଅପରାଧୀ ମାନେ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ସେଥିପାଇଁ ଆମେ ଚେଷ୍ଟା କରିବୁ | ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କ ଆଶୁ ଆରୋଗ୍ୟ ଓ ତାଙ୍କ ପରିବାରକୁ ଏହି କଠିନ ସମୟକୁ ସାମ୍ନା କରିବାକୁ ଶକ୍ତି ଯୋଗାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ | “

Related Articles

Back to top button