
ଗଞ୍ଜାମ ୨୩/ ଜୁଲାଇ : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଦାମାପୁର ଗାଁରେ ହଇଜା ବ୍ୟାପିବା ନେଇ ଗଭୀର ଚିନ୍ତା ଜଣାଯାଇଛି। ଏହି ଗାଁରେ ମିଳିଥିବା ତିନି ଜଣ ମୃତ୍ୟୁ ରିପୋର୍ଟ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତିମାନେ ସାମ୍ବାରୁ ମଲ୍ଲିକ (୬୦), କନ୍ଦରା ମଲ୍ଲିକ (୬୨)ଏବଂ ସୁକୁରି ମଲ୍ଲିକ ବୋଲି ପରିଚୟ ମିଳିଛି। ସେମାନଙ୍କର ମୃତ୍ୟୁ ଦୁଃଖଦ ଏବଂ ଚିନ୍ତାଜନକ ଘଟଣା। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଏହି ଗ୍ରାମରେ ଏପର୍ଯ୍ୟନ୍ତ ୧୦ ଜଣ ହଇଜାରେ ଆକ୍ରାନ୍ତ ହୋଇଛନ୍ତି। ଏହାମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ଦେଖି, ସେମାନଙ୍କୁ ବ୍ରହ୍ମପୁର ର ଏମକେସିଜି ମେଡିକାଲ କଲେଜ ଆଣାଯାଇଛି। ଅନ୍ୟ ଆକ୍ରାନ୍ତମାନେ ସ୍ଥାନୀୟ ଉପକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସକମାନେ କହିଛନ୍ତି ଯେ ଏହି ଘଟଣା ଶୁଦ୍ଧ ପାନୀୟ ଜଳ ଓ ସାନିଟେସନ ଅଭାବ ଦ୍ୱାରା ଘଟିପାରେ। ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ସ୍ୱଚ୍ଛ ପାନୀୟ ଜଳ ବିତରଣ, ଜନଚେତନା କାର୍ଯ୍ୟକ୍ରମ ଏବଂ ଡୋର୍-ଟୁ-ଡୋର୍ ଜାନ୍ଚ ଆରମ୍ଭ କରାଯାଇଛି। ଗାଁ ଓ ଆଶପାଶର ଅଞ୍ଚଳରେ ବ୍ଲିଚିଂ ପାଉଡର ଛିଟାଯାଉଛି ଓ ହେଲ୍ଥ୍ କ୍ୟାମ୍ପ ଲାଗାଯାଇଛି। ସରକାର ଓ ସ୍ଥାନୀୟ ପ୍ରଶାସନଙ୍କୁ ଏହି ଅଞ୍ଚଳରେ ଶୀଘ୍ର ମୁଦାନ ଯୋଗାଇ ଜନସ୍ୱାସ୍ଥ୍ୟ ରକ୍ଷାରେ ଜୋର ଦେବା ଆବଶ୍ୟକ।