Revenue Minister Suresh Pujari warned the opposition regarding the no-confidence motion.

ଭୁବନେଶ୍ୱର ୨४ / ଜୁଲାଇ : ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ରାଜନୈତିକ ଉତ୍ତେଜନାକୁ ନୂଆ ଦିଗ ଦେଇଛି। ଏହି ଘଟଣା ପରେ ରାଜ୍ୟରେ ବିପକ୍ଷ ଦଳ ଆକ୍ରୋଶ ପ୍ରକାଶ କରିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ରାଜ୍ୟ ସରକାର ନିଜ କାର୍ଯ୍ୟ ଓ ଆଚରଣ ପ୍ରତି ଅବହେଳା କରୁଛନ୍ତି। ସେ ଦାବି କରିଛନ୍ତି ଯେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଉଚିତ। ତାଙ୍କ କହିବାଅନୁସାରେ, ଯଦି ବିଜେଡି ସତରେ ନାରୀ ନ୍ୟାୟ ଓ ସୁରକ୍ଷା ପ୍ରତି ଗମ୍ଭୀର ଏବଂ ଅଟୁଟ ମନୋଭାବ ରଖେ, ତେବେ ସେମାନେ ମଧ୍ୟ ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ଦରକାର। ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ରାଜ୍ୟ ସରକାରକୁ ଆଳୋଚନା କରିଛି। ସେମାନେ ଆଇନଶୃଙ୍ଖଳା ଅବସ୍ଥା ଉପରେ ପ୍ରଶ୍ନ ଉଠାଇ ଲୋକସେବା ଭବନକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ଓ ବିଜେଡି ଉଭୟ ଦଳ ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ଦେଉଥିବା ବେଳେ, ବିଜେଡି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ବିଷୟରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ଆସିନାହିଁ। ଏହି ପରିସ୍ଥିତି ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିରୋଧୀଙ୍କୁ କଡା ସମାଲୋଚନା ସହ ଚେତାବନୀ ଦେଇଛନ୍ତି, ସେ କହିଛନ୍ତିଯେ ବିରୋଧୀ ଅନାସ୍ଥା ଆଣିବାକୁ ଚାହୁଁଛନ୍ତି ଅଣାନ୍ତୁ, ଆମେ ପ୍ରସ୍ତୁତ ଅଛୁ।