ଭିଜିଲାନ୍ସ ଜାଲରେ ଡେପ୍ୟୁଟି ରେଞ୍ଜର ରାମଚନ୍ଦ୍ର ନେପାକ

କୋରାପୁଟ/ଜୟପୁର,୨୫ା୭: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ | ଜୟପୁରର ଡେପ୍ୟୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ଦେପ୍ୟୁଟି ରେଞ୍ଜରଙ୍କ ୬ଟି ଠିକଣାରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ | ଜୟପୁରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଭାଇଙ୍କ ଘର , ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ ସମେତ ତାଙ୍କ ଶଶୁର ଘରରେ ରେଡ କରିଛନ୍ତି ଭିଜିଲାନ୍ସ ଅଧିକାରୀ | ଚଢ଼ାଉରେ ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ଅଛନ୍ତି | ଚଢ଼ାଉ ଜାରି ରହିଥିବା ବେଳେ ଭିଜିଲାନ୍ସ ୧ କୋଟି ୪୪ ଲକ୍ଷ ଟଙ୍କା ନଗଦ, ୪ଟି ସୁନା ବିସ୍କୁଟ ଓ ୧୬ଟି ୧୦ ଗ୍ରାମ ଓଜନର ସୁନା କଏନ ସହିତ ଲକେଟ ଜବତ କରିଥିବା ସୂଚନା ମିଳିଛି | ଏବେ ବି ଚଢ଼ାଉ ଜାରି ରହିଛି ଏବଂ ୬ ଟି ସ୍ଥାନରେ ଏ ଚଢ଼ାଉ ଜାରି ରହିଥିବା ମୁଖ୍ୟତଃ ସୂଚନା ମିଳିଛି | ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ | ତେବେ ଡେ଼ପ୍ୟୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଅଫିରରେ ମଧ୍ୟ ରେଡି କରିଛି ଭିଜିଲାନ୍ସ |
ରାମଚନ୍ଦ୍ର ନେପାକ କୋରାପୁଟ ସାମାଜିକ ବନୀକରଣ ବିଭାଗରେ ଗ୍ରାମ ବନ କର୍ମଚାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସାମାଜିକ ଓ ଆଞ୍ଚଳିକ ବନୀକରଣ ମିଶ୍ରଣ ପରେ ସେ ଜୟପୁର ବନ ବିଭାଗରେ ନିଯୁକ୍ତ ହୋଇ ବର୍ତ୍ତମାନ ଜୟପୁର ବନାଞ୍ଚଳରେ ଡେପୁଟି ରେଞ୍ଜର ଓ ଚାର୍ଜ ରେଞ୍ଜର ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅଭିଯୋଗରୁ ପରେ ତାଙ୍କର ସମ୍ପତ୍ତି ଗବେଷଣା କରିବା ପାଇଁ ଭିଜିଲାନ୍ସର ଅଭିଯାନ ଜାରି ରହିଛି । ଆଉ କେତେ ସମ୍ପତି ଠୁଳ କରିଛନ୍ତି ତାହା ସାମ୍ନାକୁ ଆସିବା ବାକି ଅଛି ବୋଲି କୁହାଯାଉଛି |