ଓଡ଼ିଶାମୌସୁମୀ

Baitarani river reaches water level, major floods in Keonjhar and Bhadrak

କେନ୍ଦୁଝର-ଭଦ୍ରକ ୨୮/ଜୁଲାଇ :କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୈତରଣୀ ନଦୀର ବନ୍ୟା ଯୋଗୁ ଜଳମଗ୍ନ ହୋଇଯାଇଛି। ସିଂଗନାଳୀରେ ବୈତରଣୀ ପାଓ୍ବାର ପ୍ରୋଜେକ୍ଟଠାରେ ନଦୀର ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇଛି। ବନ୍ୟାଜଳ ଏବେ ହାଟଡିହି ବ୍ଲକ ଅନ୍ତର୍ଗତ ଆଇତିପୁର, ରାଘବପୁର ଏବଂ ହାବଳେଶ୍ବର ଅଞ୍ଚଳରେ ପ୍ରବେଶ କରି ଗ୍ରାମଗୁଡିକୁ ବିପଦରେ ପକାଇଛି। ଅନେକ ଘର ଓ ଖେତ ଜଳ ତଳେ ଅଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ସୀମା ଉପରେ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ପ୍ରଭୃତି ଅଞ୍ଚଳର ଶହଶହ ଏକର ଚାଷ ଜମି ଏବଂ ତଳିଆ ଗ୍ରାମ ଗୁଡିକୁ ବନ୍ୟା ପାଣି ଢେକି ଦେଇଛି। ଏହି ବନ୍ୟା ପରିସ୍ଥିତି ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ଗଭୀର ପ୍ରଭାବିତ କରୁଛି।

Related Articles

Back to top button