ଓଡ଼ିଶା

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା : ଆସନ୍ତା ୨୦ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସାଲେପୁର: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସିଙ୍କର ପୁଣି ଏକ ନିର୍ଦ୍ଦେଶ ଆସିଛି। ଚଳିତ ମାସ ୨୦ତାରିଖ ସୁଧା ତଦନ୍ତ ଷ୍ଟାଟସ୍ ରିପୋର୍ଟ ଦାଖଲ ସହ ତଦନ୍ତ କାହିଁକି ବିଳମ୍ବ ହେଉଛି କାରଣ ଦର୍ଶାଇବା ପାଇଁ ତଦନ୍ତକାରୀ ଅଫିସରଙ୍କୁ ଜେଏମଏଫସିଙ୍କ କାରଣ ଦର୍ଶାଅ ନୋଟିସ।

ତେବେ ଗତ ମେ’ ମାସ ୪ ତାରିଖ ଦିନ ଏହି ଘଟଣାର ତଦନ୍ତ କାହିଁକି ଶିଥିଳ ପଡିଛି ଏବଂ ତଦନ୍ତ କାହିଁକି ବିଳମ୍ବ ହେଉଛି ଏନେଇ କୋର୍ଟଙ୍କୁ ଏହି ଘଟଣାର ଅଭିଯୋଗକାରୀ ରମାକାନ୍ତ ବରାଳ ଲିଖିତ ଭାବେ ଜଣାଇଥିଲେ ।

ଅନ୍ୟପଟେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଏବେ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ଏବେ କେଉଁ ଅଫିସର ଏହି ତଦନ୍ତର ଭାର ନେଇଛନ୍ତି ତାହା ରିପୋର୍ଟ ଦାଖଲ ପରେ ଜଣାପଡିବ।

Related Articles

Back to top button
WP Twitter Auto Publish Powered By : XYZScripts.com