
ଭଦ୍ରକ ୨୮/ଜୁଲାଇ : ଭଦ୍ରକ ଜିଲ୍ଲାର ଆଖଭାପଡ଼ାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ ଏବଂ ବନ୍ତ ବ୍ଲକର ଶହ ଶହ ଗାଁ ଏବେ ବୁଡ଼ି ରହିଛି। ବନ୍ୟା ଖବର ପାଇବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜଙ୍ଗଲ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଛି, ଯାହା ଯୋଗୁଁ ଭଦ୍ରକ, ଯାଜପୁର ବିପଦ ସଙ୍କେତ ତଳେ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ବିପଦ ସଙ୍କେତ ଥିବା ସମସ୍ତ ସ୍ଥାନ ଏବଂ ବନ୍ଧ ପରିଦର୍ଶନ କରିଛୁ ଏବଂ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଏକ ବୈଠକ କରିଛୁ ଏବଂ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଆଜି ରାତିରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଅଛି, ଆମେ ଉପଯୁକ୍ତ ପଦକ୍ଷେପ ନେବା ବିଷୟରେ କଥା ହେବୁ ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ସମସ୍ତ ଲୋକଙ୍କ ପାଇଁ ରିଲିଫ୍ ପାଣ୍ଠି ମଧ୍ୟ ଯୋଗାଇବୁ।